ଗଜ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ, ସଂଧ୍ୟା ୭.୩୦ରୁ ୯.୩୦ ପର୍ଯ୍ୟନ୍ତ ଚାଲିବ ସାହାଣମେଲା ଦର୍ଶନ

Advertisment
ଗଜ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ, ସଂଧ୍ୟା ୭.୩୦ରୁ ୯.୩୦ ପର୍ଯ୍ୟନ୍ତ ଚାଲିବ ସାହାଣମେଲା ଦର୍ଶନ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉ ଭକ୍ତଙ୍କ ମେଳିରେ ସ୍ନାନ କରିଛନ୍ତି। ତେବେ ସ୍ନାନ କାର୍ଯ୍ୟ ଶେଷ ପରେ ତିନି ଠାକୁର ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ଏହି ଗଜ ବେଶ ଦେଖିବା ପାଇଁ ପୁରୀ ଶୀକ୍ଷେତ୍ରରେ ଭକ୍ତଙ୍କ ଭିଡ ଲାଗି ରହିଛି। ପାଗ ବି ଶୁଖିଲା ଥିବା ହେତୁ ଧୀରେଧୀରେ ଭକ୍ତଙ୍କ ଭିଡ ବଢ଼ୁଥିବା ବି ଦେଖିବାକୁ ମିଳୁଛି। ସୁରୁଖୁରୁରେ ସମସ୍ତ କାର୍ଯ୍ୟ ଚାଲିଛି। ସୁରକ୍ଷା ବ୍ୟବସ୍ଥା ନେଇ ବି ପ୍ରଶାସନ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛି।

ଏବେ ଶ୍ରୀଜିଉଙ୍କ ମହନ୍ତ ଶାଢ଼ି ବନ୍ଧା, ଘଣ୍ଟଛତା, ସକାଳ ଧୂପ ଓ ଦକ୍ଷିଣ ଘର ଭୋଗ ଆଦି ନୀତି ଚାଲିଛି। ଏହାପରେ ସଂଧ୍ୟା ୭.୩୦ରୁ ୯.୩୦ ପର୍ଯ୍ୟନ୍ତ ତିନି ଠାକୁରଙ୍କ ସାହାଣ ମେଲା ଦର୍ଶନ ଚାଲିବ। ଶେଷରେ ୧୦.୩୦ରୁ ୧.୩୦ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ବାହୁଡା ପହଣ୍ଡି ନୀତି ଅନୁଷ୍ଠିତ ହେବ।

ଆଜି ମଧ୍ୟାହ୍ନ ୧.୧୫ ମିନିଟ୍‌ରେ ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ମହାସ୍ନାନ ଆରମ୍ଭ ହୋଇଥିଲା। ବଳଭଦ୍ରଙ୍କୁ ୩୩, ଜଗନ୍ନାଥ ୩୫, ଦେବୀ ସୁଭଦ୍ର ୨୨ ଓ ସୁଦର୍ଶନ ମହାପ୍ରଭୁ ୧୮ ଗରାରେ ମହାସ୍ନାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe