ଦୁର୍ଘଟଣାରେ ଗଜପତି ଏଡିଏମ୍‌ ଗୁରୁତର

Advertisment
ଦୁର୍ଘଟଣାରେ ଗଜପତି ଏଡିଏମ୍‌ ଗୁରୁତର

ବ୍ରହ୍ମପୁର: ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ରାଜେନ୍ଦ୍ର କୁମାର ମିଞ୍ଜ୍‌ ଆନ୍ଧ୍ର ସୋମପେଟା ନିକଟରେ କାର୍‌ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ତାଙ୍କୁ ରାତିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁସାରେ ଶ୍ରୀ ମିଞ୍ଜ୍‌ ଆଜି ବ୍ରହ୍ମପୁର ଆସିଥିଲେ। ସଂଧ୍ୟାରେ ସେ ତାଙ୍କ କାର୍‌କୁ ନିଜେ ଡ୍ରାଇଭିଂ କରି ପାରଳାଖେମୁଣ୍ଡି ଫେରୁଥିଲେ। ସୋମପେଟା ଦେଇ ଯାଉଥିବା ବେଳେ ହଠାତ୍‌ ସମ୍ମୁଖରେ ଯାଉଥିବା ଏକ ଟ୍ରକ୍‌ ସହିତ ତାଙ୍କର ଧକ୍କା ହୋଇଥିଲା। କାର୍‌ର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବା ବେଳେ ଶ୍ରୀ ମିଞ୍ଜ୍‌ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ସୋମପେଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ମିଞ୍ଜ୍‌ଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ପ୍ରଥମେ ସୋମପେଟା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୋମପେଟା ପୁଲିସ ତାଙ୍କ ମୋବାଇଲ୍‌ରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଜଣେ ଡାକ୍ତରଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଥିଲେ। ପରେ ‌ଡାକ୍ତର ଜଣଙ୍କ ସୋମପେଟା ଯାଇଥିଲେ। ରାତିରେ ତାଙ୍କୁ ଆମ୍ବୁଲାନ୍ସ ଜରିଆରେ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତାଙ୍କର ମୁଣ୍ଡ ଓ ମାଢ଼ିରେ ଗୁରୁତର ଆଘାତ ଲାଗିଛି। ସିଟି ସ୍କାନ୍‌ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଖବର ପାଇ ବଡ଼ ଡାକ୍ତରଖାନା ରେଜିଷ୍ଟ୍ରାର୍‌ ସଂଗ୍ରାମ ପଣ୍ଡା କାଜୁଆଲ୍‌ଟିରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି। ପ୍ରକାଶ ଥାଉ କି ଶ୍ରୀ ମିଞ୍ଜ୍‌ ମଧ୍ୟ ବଡ଼ଡାକ୍ତରଖାନାର ରେଜିଷ୍ଟ୍ରାର୍‌ ଥିଲେ। କିଛି ମାସ ତଳେ ତାଙ୍କର ଗଜପତି ଜିଲ୍ଲା ଏଡିଏମ୍‌ ଭାବେ ବଦଳି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe