ଆନ୍ଧ୍ରରେ ଦିନକରେ ୮୦ କରୋନା ପଜିଟିଭ୍; ଗଜପତି ପ୍ରଶାସନ ସତର୍କ, ସବୁ ସୀମା ସିଲ୍‌

Advertisment
ଆନ୍ଧ୍ରରେ ଦିନକରେ ୮୦ କରୋନା ପଜିଟିଭ୍; ଗଜପତି ପ୍ରଶାସନ ସତର୍କ, ସବୁ ସୀମା ସିଲ୍‌

ପାରଳାଖେମୁଣ୍ତି : ଆନ୍ଧ୍ରରେ ଗୋଟିଏ ଦିନରେ ଏକକାଳୀନ ୮୦ଟି କୋଭିଡ -୧୯ ପଜିଟିଭ୍‌ ଚିହ୍ନଟ ହେବା ପରେ ସେଠାକାର ରାଜ୍ୟ ସରକାରଙ୍କ ନିଦ ହଜିଯାଇଛି। ‌କିନ୍ତୁ ଗଜପତି ଜିଲ୍ଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଏଣୁ ଗଜପତି ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରି ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି।

ଗତକାଲି ଆନ୍ଧ୍ରରେ ରେକର୍ଡ଼ ସ˚ଖ୍ୟାରେ ପଜିଟିଭ୍ ଚିହ୍ନଟ ହେବା ମାତ୍ରେ ସନ୍ଧ୍ୟାରେ ଗୁଜବ ଆରମ୍ଭ ହେଲା, ପାରଳାଖେମୁଣ୍ଡି ସୀମାକୁ ଲାଗିଥିବା ପୁରୁଣାପାଟଣା ମଣ୍ତଳରେ କିଛି ଚିହ୍ନଟ ହୋଇଛି। ପଡ଼ୋଶୀ ରାଜ୍ୟରେ ଏତେ ସ˚ଖ୍ୟାକ ପଜିଟିଭ୍‌ ବାହାରିବା ପରେ ଏହାକୁ ନଜରରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଶ୍ରୀକାକୁଲମ୍‌ ଜିଲ୍ଲାକୁ ସଂଯୋଗ ଥିବା ଗଜପତିର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରି ଅଧିକ ପୁଲିସ କର୍ମଚାରୀ ନିୟୋଜିତ କରିଛନ୍ତି। ଜନସାଧାରଣଙ୍କ ଯାତାୟାତ ଉପରେ ସମ୍ପୂର୍ଣ ନିଷିଦ୍ଧ କରିବା ପାଇଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନାଳ ମଧ୍ୟ ଖୋଳା ଯାଇଛି। ସେଠାରେ ନୂତନ ଚେକ୍‌ପୋଷ୍ଟ ନିର୍ମାଣ ଆରମ୍ଭ ହୋଇଛି। ଏଭଳି କାର୍ଯ୍ୟକୁ ପଡ଼ୋଶୀ ରାଜ୍ୟର ଗୋପାଳପୁରମ୍‌ ଗ୍ରାମବାସୀ ସ˚ଘବଦ୍ଧ ହୋଇ ପ୍ରତିବାଦ କରିଥିଲେ। ପରେ, ଉପଜିଲ୍ଲାପାଳ ସ˚ଗ୍ରାମ ପଣ୍ତା ଓ ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସେମାନଙ୍କୁ ତାଗିଦ କରିବା ପରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ।

ପଶ୍ଚିମବଙ୍ଗ ଲିଙ୍କ୍‌ ଯୋଗୁଁ ୩ଟି ଜିଲ୍ଲା ବାଲେଶ୍ବର, ଭଦ୍ରକ ଏବ˚ ଯାଜପୁରରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ଆନ୍ଧ୍ରପ୍ରଦେଶରୁ ଅନୁପ୍ରବେଶ ଅନୁରୂପ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି। ଓଡ଼ିଶାର ଦକ୍ଷିଣରେ ଥିବା ଗଞ୍ଜାମରୁ ମାଲକାନଗିରି ପର୍ଯ୍ୟନ୍ତ ଆନ୍ଧ୍ର ସୀମା ୧,୦୨୪ କିମି ଲମ୍ବା। ଆନ୍ଧ୍ରପ୍ରଦେଶରେ ଲକ୍‌ଡାଉନର ଯୋଗୁଁ ଅନେକ ବ୍ୟକ୍ତି ବିଭିନ୍ନ କାରଣ ଦର୍ଶାଇ ଓଡ଼ିଶାକୁ ପ୍ରବେଶ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ସେହିଭଳି, ଶ୍ରୀକାକୁଲମ ଜିଲ୍ଲାର ଅନେକ ବାସିନ୍ଦା ପାରଳା ପୌରପାଳିକାରେ ଘର କିଣି ବା ନିର୍ମାଣ କରି ରହୁଛନ୍ତି। ଏହି ଜିଲ୍ଲାରେ କାର୍ଯ୍ୟରତ କିଛି ସରକାରୀ କର୍ମଚାରୀ ଏବ˚ ବେସରକାରୀ ବ୍ୟକ୍ତି ପଡ଼ୋଶୀ ରାଜ୍ୟରେ ରହୁଛନ୍ତି। ବ୍ୟବସାୟ କରିବା ପାଇଁ ମଧ୍ୟ ଅନେକ ବ୍ୟକ୍ତି ସୀମା ପାର ଯାତାୟାତ କରୁଛନ୍ତି। ଏଣୁ ସେମାନଙ୍କ ଉପରେ ନଜର ରଖିବା ସହ ଅବାଧ ପ୍ରବେଶ ବନ୍ଦ କରିବା ପାଇଁ ପ୍ରଶାସନର ସୀମା ସିଲ୍ ପଦକ୍ଷେପକୁ ସ୍ବାଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe