ବାତ୍ୟା ମୁକାବିଲା ନେଇ ଗଜପତି ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା, ତଳିଆ ଅଂଚଳ ବୁଲିଲେ

ବାତ୍ୟା ମୁକାବିଲା ନେଇ ଗଜପତି ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା, ତଳିଆ ଅଂଚଳ ବୁଲିଲେ

ପାରଳାଖେମୁଣ୍ଡ: ସମ୍ଭାବ୍ୟ ବାତ୍ୟା ‘ଗୁଲାବ’କୁ ଆଖି ଆଗରେ ରଖି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା। ୨୦୧୮ ମସିହାର ବାତ୍ୟା ‘ତିତ୍‌ଲି’ ବାତ୍ୟାର ଅନୁଭବକୁ ଆଖି ଆଗରେ ରଖି ଜିଲ୍ଲାପାଳ କହିଥିଲେ ଜିଲ୍ଲାର ସବୁ ଅଞ୍ଚଳରେ କଡ଼ା ପ୍ରସ୍ତୁତି ସହ ଜନସାଧାରଣଙ୍କ ଜୀବନ, ଧନ ସମ୍ପତ୍ତି ସୁରକ୍ଷା ପାଇଁ ଗୁରୁତ୍ୱ ଦିଆଯିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଦାୟିତ୍ୱ ଦେଇଥିଲେ। ଏମାନେ ହେଲେ ରା. ଉଦୟଗିରି ପାଇଁ ରାଜେନ୍ଦ୍ର କୁମାର ରଞ୍ଜିତ, ରାୟଗଡା ବ୍ଲକ ପାଇଁ ଅନାମ ଚରଣ ପାତ୍ର, ଗୋସାଣୀ ଓ ପାରଳାଖେମୁଣ୍ଡି ପୌରପାଳିକ ପାଇଁ ସଂଗ୍ରାମ ଶେଖର ପଣ୍ଡା ଅତିରିକ୍ତ ଜିଲ୍ଲାପାଳ, ଗୁମ୍ମା ବ୍ଲକ ପାଇଁ ପିଏ ଆଇଟିଡିଏ ସରୋଜ କୁମାର ବେହେରା, କାଶୀନଗର ବ୍ଲକ ଓ ଏନଏସି ପାଇଁ ଉପଜିଲ୍ଲାପାଳ ଦୀଲୀପ କୁମାର ମହାରଣା, ମୋହନା ବ୍ଲକ ପାଇଁ ଲୋକନାଥ ଦଳବେହେରା ଏବଂ ନୂଆଗଡ଼ ବ୍ଲକ ପାଇଁ ସନ୍ତୋଷ କୁମାର ରଥ।

ବାତ୍ୟା ଘନୀଭୂତ ହେବାର ସମ୍ଭାବନା ଥିବା ଯୋଗୁଁ ଅସୁରକ୍ଷିତ ଜାଗାରୁ ସମସ୍ତଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ମୁଖ୍ୟ ଦାୟିତ୍ୱ ରହିବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ। ଖାଦ୍ୟ ପ୍ରସ୍ତୁତ ପାଇଁ ଯୋଗାଣ ବିଭାଗ ଦାୟିତ୍ୱରେ ରହିବେ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଅଧିକ ବର୍ଷା ହେବ ଏବଂ ଜଳ ସ୍ତର ଉପରେ ନଜର ରଖିବାକୁ ପଡିବ ବୋଲି ସୂଚନା ଦେଇଥିଲେ। ଏବଂ ପଡ଼ୋଶୀ ରାଜ୍ୟର ଗୋଟା ବ୍ୟାରେଜ ଉପରେ କଡା ନଜର ରଖାଯିବ। ପୁଲିସ ବିଭାଗ, ଜଳ ସେଚନ ବିଭାଗ, ଜଳ ଯୋଗାଣ ବିଭାଗ, ଜଳ ସେଚନ ବିଭାଗ ଇତ୍ୟାଦିଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

ଜିଲ୍ଲାରେ ୬ଟି ଓଡ୍ରାଫ ଏବଂ ୨ଟି ଏନ୍‌ଡିଆରଏଫ୍‌ ଟିମ୍‌ ନିୟୋଜିତ ଅଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଜିଲ୍ଲାର ସମସ୍ତ ଅଧିକାରୀଙ୍କ ଛୁଟିକୁ ବାତିଲ କରିଦିଆଯାଇଛି। ମଧ୍ୟାହ୍ନ ସମୟରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ପାରଳାଖେମୁଣ୍ଡି ପୌରପାଳିକର ବିଭିନ୍ନ ତଳିଆ ଆଞ୍ଚଳ ବିଶେଷ କରି ଶ୍ରୀଧର ନଗର, ଗାନ୍ଧି ନଗର, ସତସଙ୍ଗ ବିହାର, କାମାକ୍ଷାନଗର ପ୍ରଭୁତି ଅଞ୍ଚଳ ନିଜେ ବୁଲି ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଅଞ୍ଚଳରେ ଡାକ ବାଜି ଯନ୍ତ୍ର ମାଧ୍ୟରେ ପ୍ରଚାର କରାଯାଇ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe