ଗଜପତି କପାଚାଷୀଙ୍କୁ ମଣ୍ଡି ଯନ୍ତ୍ରଣା: ଉତ୍ପାଦନ ଗଜପତିରେ, ବିକ୍ରି ରାୟଗଡ଼ାରେ

Advertisment

ଗଜପତି ଜିଲ୍ଲାର ରାୟଗଡ଼, କାଶୀନଗର ଓ ନୂଆଗଡ଼ ବ୍ଲକ୍‌ରେ ବ୍ୟାପକ ପରିମାଣର କପାଚାଷ ହେଉଛି। ପ୍ରତିବର୍ଷ ଜିଲ୍ଲାରୁ ୨୫ ହଜାର କ୍ବିଣ୍ଟାଲ୍ ଅମଳ ହେଉଛି। କିନ୍ତୁ ବହୁବାର ଦାବି ଓ ପ୍ରସ୍ତାବ ସତ୍ତ୍ବେ ଜିଲ୍ଲାରେ କପାମଣ୍ଡି ଖୋଲି...

ଗଜପତି ଜିଲ୍ଲାର ରାୟଗଡ଼, କାଶୀନଗର ଓ ନୂଆଗଡ଼ ବ୍ଲକ୍‌ରେ ବ୍ୟାପକ ପରିମାଣର କପାଚାଷ ହେଉଛି। ପ୍ରତିବର୍ଷ ଜିଲ୍ଲାରୁ ୨୫ ହଜାର କ୍ବିଣ୍ଟାଲ୍ ଅମଳ ହେଉଛି। କିନ୍ତୁ ବହୁବାର ଦାବି ଓ ପ୍ରସ୍ତାବ ସତ୍ତ୍ବେ ଜିଲ୍ଲାରେ କପାମଣ୍ଡି ଖୋଲି...

ssfsfs

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ରାୟଗଡ଼, କାଶୀନଗର ଓ ନୂଆଗଡ଼ ବ୍ଲକ୍‌ରେ ବ୍ୟାପକ ପରିମାଣର କପାଚାଷ ହେଉଛି। ପ୍ରତିବର୍ଷ ଜିଲ୍ଲାରୁ ୨୫ ହଜାର କ୍ବିଣ୍ଟାଲ୍ ଅମଳ ହେଉଛି। କିନ୍ତୁ ବହୁବାର ଦାବି ଓ ପ୍ରସ୍ତାବ ସତ୍ତ୍ବେ ଜିଲ୍ଲାରେ କପାମଣ୍ଡି ଖୋଲି ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ ଆନ୍ଧ୍ର ବେପାରୀଙ୍କ ହାବୁଡ଼ରେ ପଡ଼ୁଛନ୍ତି। ଶାଗମାଛ ଦରରେ ଉତ୍ପାଦିତ କପା ବିକୁଥିବା ବେଳେ ସେମାନେ ମାଲାମାଲ୍ ହେଉଛନ୍ତି। ଆଉ ଚାଷୀ କ୍ଷତି ସହୁଛନ୍ତି। ସବୁଠୁ ବଡ଼ ପରିତାପର ବିଷୟ ହେଉଛି, ଜିଲ୍ଲାରେ କପା ମଣ୍ଡି ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ କଟନ୍ କର୍ପୋରେସନ୍‌କୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ କର୍ପୋରେସନ୍ ଏହାକୁ ଗ୍ରହଣ କରୁନି। ସବୁପ୍ରକାର ଭିତ୍ତିଭୂମିର ସୁବିଧା ସତ୍ତ୍ବେ ଏଠାରେ ମଣ୍ଡିଟିଏ ଖୋଲିପାରୁନି। ଫଳରେ ବର୍ତ୍ତମାନ ପାରଳାଖେମୁଣ୍ଡିରେ ଚାଷୀଙ୍କଠୁ କପା କିଣାଯାଇ ରାୟଗଡ଼ା ଜିଲ୍ଲା ଗୁଣପୁର ମଣ୍ଡିକୁ ପଠାଇବା ଲାଗି ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସୂଚନା ଦେଇଛନ୍ତି। 

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜିଲ୍ଲାରେ ୨୫ ହଜାର କ୍ବିଣ୍ଟାଲ୍ କପା ଅମଳ ହୋଇଥିବା ଆକଳନ କରାଯାଇଛି। ଚଳିତବର୍ଷ ଅଧିକ ଅମଳ ଆଶା ରହିଥିଲା। କିନ୍ତୁ ଅଦିନିଆ ବର୍ଷାମାଡ଼ରେ କିଛି କପା ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଯାହା ବର୍ତ୍ତିଯାଇଥିଲା, ତାକୁ ଚାଷୀମାନେ ସାଇତି ରଖିଥିଲେ। ମଣ୍ଡି ଖୋଲିଲେ ଏହାକୁ ବିକ୍ରି କରିବାକୁ ଆଶାବାଦୀ ଥିଲେ। କିନ୍ତୁ ଏଥର ବି ସେମାନେ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। ସବୁବର୍ଷ ମଣ୍ଡି ଖୋଲିବାକୁ ବାରମ୍ବାର ଦାବି ହେଉଥିଲେ ବି କୌଣସି ସୁଫଳ ମିଳୁନି। ଫଳରେ ସେମାନେ ଗୁଣପୁର ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛନ୍ତି।  ଚାଷ ପାଇଁ ସେମାନେ ସାହୁକାରଙ୍କଠାରୁ ବିହନ ଓ ସାର ଆଦି ଆଣୁଛନ୍ତି। ତେଣୁ ଅମଳ ପରେ ସାହୁକାର ଯାହା ଦର ଧାର୍ଯ୍ୟ କରୁଛି, ସେହି ଦରରେ ଦେବାକୁ ବାଧ୍ୟ ହେଉଥିବା ଚାଷୀ ଭକ୍ତ ନାୟକ ଓ ଦେବାଶିଷ ନାୟକ କହିଛନ୍ତି। 
ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଗ୍ରାମକୁ ଆନ୍ଧ୍ର ବେପାରୀମାନେ ଆସି ଚାଷୀଙ୍କଠୁ କପା କିଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏପରିକି କିଛି ଚାଷୀ ସେମାନଙ୍କୁ କପା ବିକ୍ରି କରିସାରିଛନ୍ତି। କାରଣ ସଂରକ୍ଷଣ ପାଇଁ କୌଣସି ସୁବିଧା ନଥିବାରୁ ସମସ୍ୟାକୁ ଦ୍ବିଗୁଣିତ କରିଛି। ଜିଲ୍ଲାରେ ୨୨୦୦ରୁ ଅଧିକ ହେକ୍ଟର୍ ଜମିରେ କପାଚାଷ ହେଉଛି। ତଥାପି ଜିଲ୍ଲାରେ ମଣ୍ଡି ଖୋଲା ନ ଯାଇ ପଡ଼ୋଶୀ ଜିଲ୍ଲାର ମଣ୍ଡିକୁ କପା ପଠାଇବା ନିଶ୍ଚିତ ଭାବେ ଏକ ବିଡ଼ମ୍ବନା ବୋଲି ଚାଷୀ ମହଲ‌ରେ ମତପ୍ରକାଶ ପାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe