Gajapati faces 'montha' danger: ଗଜପତିକୁ ବିପଦ ‘ମୋନ୍ଥା’: ଭୂସ୍ଖଳନପ୍ରବଣ ଅଞ୍ଚଳରେ ସତର୍କ ସୂଚନା ଜାରି

ଚଳିତ ବର୍ଷ ଅକ୍ଟୋବର ୨ ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ଭୂସ୍ଖଳନ ସହ ମାଟିଅତଡ଼ା ଖସି ସହସ୍ରାଧିକ ଲୋକଙ୍କ ଜୀବନଜୀବିକା ଉଜୁଡ଼ିଗଲା। ୪ରୁ ଅଧିକ ଜୀବନ ଯାଇଥିଲା। ୩୨୫୭ ହେକ୍ଟର ଜମିରେ ଫସଲ ଉଜୁଡ଼ିଗଲା।

adaddazxxzx

ପାରଳାଖେମୁଣ୍ଡି: ଚଳିତ ବର୍ଷ ଅକ୍ଟୋବର ୨ ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ଭୂସ୍ଖଳନ ସହ ମାଟିଅତଡ଼ା ଖସି ସହସ୍ରାଧିକ ଲୋକଙ୍କ ଜୀବନଜୀବିକା ଉଜୁଡ଼ିଗଲା। ୪ରୁ ଅଧିକ ଜୀବନ ଯାଇଥିଲା। ୩୨୫୭ ହେକ୍ଟର ଜମିରେ ଫସଲ ଉଜୁଡ଼ିଗଲା। ରାସ୍ତା ଓ ଘରଦ୍ବାର ନଷ୍ଟ ହୋଇଯାଇଥିଲା। ଜିଲ୍ଲାରେ ପାଖାପାଖି ଶହେ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ରାୟଗଡ଼ ବ୍ଲକ୍‌ ପେକେଟ ଗାଁର ବାପପୁଅ ନିଖୋଜ ହୋଇଯାଇଥିବା ବେଳେ ଆଜିଯାଏଁ ସେମାନଙ୍କ ପତ୍ତା ମିଳିପାରିନି। ଏଯାବତ୍‌ ସେହି ବିପର୍ଯ୍ୟୟର କ୍ଷତିଭରଣା ହୋଇ ନଥିବା ବେଳେ ପୁଣି ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ନେଇ ଜିଲ୍ଲାବାସୀ ଆତଙ୍କିତ। ‘ମୋନ୍ଥା’ ସୀମାନ୍ତ ଆନ୍ଧ୍ରର ଶ୍ରୀକାକୁଲାମ ଉପକୂଳରେ ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି। ଫଳରେ ଗଜପତି ଜିଲ୍ଲା ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। 

ଭୂସ୍ଖଳନପ୍ରବଣ ଅଞ୍ଚଳରେ ସତର୍କ ସୂଚନା ଜାରି 
ପୂର୍ବ ବିପର୍ଯ୍ୟୟର କ୍ଷତି ଭରଣା ହୋଇନି
୨୫୪ ଅସ୍ଥାୟୀ, ୬ ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ
ଜିଲ୍ଲା ପାଇଁ ସ୍ବତନ୍ତ୍ର ସହାୟତା ରାଶି ଘୋଷଣା ହୋଇନି: ବିଧାୟକ

ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ୭ଟି ବ୍ଲକ୍‌ରେ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ୍‌ ଅଧିକାରୀ ଭାବେ ନିୟୋଜିତ କରିଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ ସହ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ୨୫୪ ଅସ୍ଥାୟୀ ଓ ୬ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ସହ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନନାଗା କହିଛନ୍ତି। ସେହିଭଳି ଜିଲ୍ଲାର ସମସ୍ତ ଭୂସ୍ଖଳନପ୍ରବଣ ଅଞ୍ଚଳ ଓ ସମ୍ଭାବ୍ୟ ଭୂସ୍ଖଳନସ୍ଥଳ ନିକଟରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ମାଇକ୍‌ ଜରିଆରେ ପରାମର୍ଶ ଦିଆଯାଇଛି। ଜିଲ୍ଲାପାଳ ମଧୁମିତାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ବତନ୍ତ୍ର ରିଲିଫ କମିସନର ଭିସି ଯୋଗେ  ସମୀକ୍ଷା କରିଛନ୍ତି। ମୋଟାମୋଟି ଭାବେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ଶ୍ରୀ ହୋନନାଗା ସୂଚନା ଦେଇଛନ୍ତି। 

ଜିଲ୍ଲା ପ୍ରଶାସନର ଖାମଖିଆଲି ଯୋଗୁ ଗତ ୨ ତାରିଖ ଭୂସ୍ଖଳନ କ୍ଷୟକ୍ଷତିର ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ ହୋଇପାରିନି। ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଏହି ଜିଲ୍ଲା ପ୍ରତି ସରକାର ଅଣଦେଖା କରୁଛନ୍ତି ବୋଲି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। କୌଣସି ମନ୍ତ୍ରୀ କିମ୍ବା ସଚିବ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆସିଲେନି। ସ୍ବତନ୍ତ୍ର ସହାୟତା ରାଶି ଘୋଷଣା ନହେବା ପରିତାପର ବିଷୟ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe