ପୁରୀ: ଶ୍ରୀମନ୍ଦିରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ ଶ୍ରୀନଅରରୁ ବାହାରି ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ଭିତର ରତ୍ନଭଣ୍ଡାରରେ ଗଜପତି ମହାରାଜା ସ୍ଥିତି ଅନୁଧ୍ୟାନ କରିବାକୁ ଯାଇପାରନ୍ତି।
ଏଣେ ଶୁଭ ମୁହୂର୍ତ୍ତରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ଭିତରକୁ ଅଧିକୃତ ୧୧ଜଣିଆ ଟିମ୍ ପ୍ରବେଶ କରିଛନ୍ତି। କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ, ସଦସ୍ୟ ଡାକ୍ତର ସିବିକେ ମହାନ୍ତି ପ୍ରମୁଖ ଏହି ଟିମରେ ରହିଛନ୍ତି।
ସୂଚନାଯୋଗ୍ୟ, ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ଯାଞ୍ଚ କମିଟି ପକ୍ଷରୁ ବସିଥିବା ବୈଠକରେ ଭିତର ରତ୍ନଭଣ୍ଡାରକୁ ଯିବା ପାଇଁ ଗଜପତି ମହାରାଜଙ୍କୁ ଅନୁରୋଧ କରାଯାଇଛି ବୋଲି କମିଟି ଅଧ୍ୟକ୍ଷ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ।
Follow Us