ରଥଯାତ୍ରାର ସଫଳତା ପାଇଁ ଧନ୍ୟବାଦ ଜଣାଇଲେ ଗଜପତି

Advertisment
ରଥଯାତ୍ରାର ସଫଳତା ପାଇଁ ଧନ୍ୟବାଦ ଜଣାଇଲେ ଗଜପତି

ଭୁବନେଶ୍ବର : ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରାର ସଫଳତା ପାଇଁ ସଂପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ରଥଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଛି। ରାଜ୍ୟ ସରକାର, ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନଙ୍କ ଉଦ୍ୟମ ଓ ଶ୍ରୀମନ୍ଦିର ସେବକମାନଙ୍କ ନିଷ୍ଠାପର ସେବା ଯୋଗୁଁ ଏହି ପବିତ୍ର କାର୍ଯ୍ୟକ୍ରମ ସମ୍ଭବ ହୋଇପାରିଲା। କୋଭିଡ୍‌ ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌ ମାନି ଘରେ ରହି ଟିଭି ମାଧ୍ୟମରେ ରଥଯାତ୍ରା ଦେଖିଥିବା ଭକ୍ତମାନଙ୍କୁ ମଧ୍ୟ ଗଜପତି କୃତଜ୍ଞତା ଜଣାଇଛନ୍ତି। ଏହି ଯାତ୍ରାକୁ ସଫଳତାର ସହ ପରିଚାଳନା କରିବାରେ ଶ୍ରଦ୍ଧାଳୁମାନଙ୍କର ଯଥେଷ୍ଟ ଅବଦାନ ରହିଛି‌ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe