ଶୁଖିଲା ପଡ଼ିଛି ଗଳିଆ ନଦୀ: ତ୍ରୁଟିପୂର୍ଣ୍ଣ ସ୍ଲୁଇସ୍‌ଗେଟ୍‌ ନିର୍ମାଣରୁ ଶୁଖୁଛି ନଦୀ!

Advertisment

ଏକଦା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ବାସୀଙ୍କ ଜୀବନରେଖା ପାଲଟିଥିବା ଚିରସ୍ରୋତା ଗଳିଆ ନଦୀ ଏବେ ଶୁଖିଯାଇଛି। ଫଳରେ ୨୦ରୁ ଊର୍ଦ୍ଧ୍ବ ଗାଁର ଚାଷ କାର୍ଯ୍ୟ ଠପ୍‌ ହୋଇଯାଇଛି। ଶତାଧିକ ମତ୍ସ୍ୟଜୀବୀ ପରିବାରର ଜୀବିକା ଉଜୁଡ଼ି ଯାଇଛି।

ଏକଦା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ବାସୀଙ୍କ ଜୀବନରେଖା ପାଲଟିଥିବା ଚିରସ୍ରୋତା ଗଳିଆ ନଦୀ ଏବେ ଶୁଖିଯାଇଛି। ଫଳରେ ୨୦ରୁ ଊର୍ଦ୍ଧ୍ବ ଗାଁର ଚାଷ କାର୍ଯ୍ୟ ଠପ୍‌ ହୋଇଯାଇଛି। ଶତାଧିକ ମତ୍ସ୍ୟଜୀବୀ ପରିବାରର ଜୀବିକା ଉଜୁଡ଼ି ଯାଇଛି।

ddfcvcvvc

ଚାନ୍ଦବାଲି: ଏକଦା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ବାସୀଙ୍କ ଜୀବନରେଖା ପାଲଟିଥିବା ଚିରସ୍ରୋତା ଗଳିଆ ନଦୀ ଏବେ ଶୁଖିଯାଇଛି। ଫଳରେ ୨୦ରୁ ଊର୍ଦ୍ଧ୍ବ ଗାଁର ଚାଷ କାର୍ଯ୍ୟ ଠପ୍‌ ହୋଇଯାଇଛି। ଶତାଧିକ ମତ୍ସ୍ୟଜୀବୀ ପରିବାରର ଜୀବିକା ଉଜୁଡ଼ି ଯାଇଛି। ବୈତରଣୀ ଓ ଖରସ୍ରୋତା ନଦୀର ମିଳନସ୍ଥଳ ଚାନ୍ଦବାଲି ବ୍ଲକ୍‌ ଓରାସାହି ପଞ୍ଚାୟତ କସ୍ତୁରୀକଣ ଓ ଚଡ଼ଦିଆ ପଞ୍ଚାୟତ ରାଜେନ୍ଦ୍ରପଲ୍ଲୀ ମଧ୍ୟଭାଗରୁ ଗଳିଆ ନଦୀ ବାହାରିଛି। ଏହି ନଦୀ ବ୍ଲକ୍‌ର ଓରାସାହି, ବିଜୟନଗର, କାଣ୍ଡଗରଡ଼ି, ଚଡ଼ଦିଆ, ଉତୁକୁଡା, ମଉସୁଧା ଆଦି ପଞ୍ଚାୟତ ମଧ୍ୟଦେଇ ପ୍ରବାହିତ ହୋଇଛି। ପରେ ଛୋଟ ଛୋଟ ଜୋରରେ ପରିଣତ ହୋଇ ବ୍ଲକ୍‌ର ବିଭିନ୍ନ ଅଞ୍ଚଳକୁ ବୋହି ଯାଇଛି। ୨ ବର୍ଷ ତଳେ ଜଳସଂପଦ ବିଭାଗ ପକ୍ଷରୁ ନଦୀ ମୁହାଣ କସ୍ତୁରୀକଣରେ ଏକ ସ୍ଲୁଇସ୍‌ଗେଟ୍‌ ନିର୍ମାଣ ପରେ ନଦୀର ରୂପରେଖା ବଦଳି ଯାଇଛି।

ତ୍ରୁଟିପୂର୍ଣ୍ଣ ସ୍ଲୁଇସ୍‌ଗେଟ୍‌ ନିର୍ମାଣରୁ ଶୁଖୁଛି ନଦୀ!
ମରୁଡ଼ି ଆଶଙ୍କାରେ ଚାଷୀ
ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ ପରିବାର

ଅଧିକାଂଶ ସମୟରେ ନଦୀ ଶୁଖିଲା ରହୁଥିବାରୁ ଚାଷୀକୁଳ ଓ ମତ୍ସ୍ୟଜୀବୀ ପରିବାର ମଥାରେ ହାତ ଦେଇ ବସିଛନ୍ତି। ଗଳିଆ ନଦୀ ଉପରେ ନିର୍ଭର କରି କସ୍ତୁରୀକଣ, ବାଘନଟା, କାଣ୍ଡଗରଡ଼ି, ତାଳଆଡ଼ିଆ, ଓରାସାହି, ସାରଣାଇଚ୍ଛାପୁର, ଗୋବିନ୍ଦପୁର, ରାଉତରାୟପୁର, ବେଗୁନିଆ, କାଳିଆପାଟ, ଜେନାପୁର, ତେନ୍ତୁଳିଦା ଆଦି ୨୫ରୁ ଊର୍ଦ୍ଧ୍ବ ଗ୍ରାମର ଚାଷୀମାନେ ଧାନ ଓ ପନିପରିବା ଚାଷ କରୁଥିଲେ। ଚଳିତବର୍ଷ ପାଣି ଶୁଖିଯିବାରୁ ଅଧିକାଂଶ ଚାଷ ଜମିରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଜଳସେଚନର ସୁବିଧା ପାଇଁ ସରକାର ନଦୀ ଉପରେ ସ୍ଲୁଇସ୍ ଗେଟ୍‌ ନିର୍ମାଣ କରିଥିଲେ। ଏବେ ଗଡ଼ିଆ, ପୋଖରୀ ବି ଶୁଖିବାକୁ ବସିଲାଣି। ପିଇବା ପାଣି ପାଇଁ ଅନ୍ୟ ଗ୍ରାମକୁ ଯିବାକୁ ପଡୁଛି ବୋଲି ତାଳବଣିଆର ସୁକୁଟା ସାହୁ ଓ ଗୋବିନ୍ଦପୁରର ମହେନ୍ଦ୍ର ମଲ୍ଲିକ ମତ ରଖିଛନ୍ତି।  ଏନେଇ ସାଳନ୍ଦୀ ଜଳସଂପଦ ବିଭାଗର ଯନ୍ତ୍ରୀ ବାଣୀଶ୍ରୀ ନାୟକ କୁହନ୍ତି, ଲୁଣାପାଣି ଚାଷ ଜମିର କ୍ଷତି କରୁଥିବାରୁ ନଦୀରେ ଗେଟ୍‌ ନିର୍ମାଣ ହୋଇଥିଲା। ନଦୀକୁ ଲୁଣାପାଣି ପ୍ରବେଶ ନ କରିବାରୁ ଭଟ୍ଟା ସମୟରେ ନଦୀ ଶୁଖିଲା ପଡୁଛି ଓ ଜୁଆର ସମୟରେ ନଦୀ ଫୁଲି ଉଠୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe