ସଟ୍ଟା କାରବାର ଉପରେ ଚଢ଼ଉ: ୪୭ ଗିରଫ

Advertisment
ସଟ୍ଟା କାରବାର ଉପରେ ଚଢ଼ଉ: ୪୭ ଗିରଫ

ବରଗଡ଼: ବରଗଡ଼ ପୁଲିସ୍‌ ପ୍ରଥମ ଥର ପାଇଁ ସଟ୍ଟା କାରବାର ଉପରେ ବ୍ୟାପକ ଚଢ଼ଉ କରିଛି। ଜିଲ୍ଲାର ସବୁ ଥାନା ଇଲାକାରେ ଏହି ଚଢ଼ଉ ହୋଇଥିଲା। ଏଥିରେ ମୋଟ୍‌ ୪୭ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନଙ୍କ ପାଖରୁ ୪୦ଟି ସଟ୍ଟା ଚାଟ୍‌, ୫୨ଟି ଚିରକୁଟ୍‌, ୨୦ ମୋବାଇଲ୍‌, ୨୮ଟି ନୋଟ୍‌ବୁକ୍‌ ଜବତ ହୋଇଛି।

ସୂଚନା ମୁତାବକ, ଏନେଇ ଟାଉନ୍‌ ଥାନାରେ ୮, ସଦର ଥାନାରେ ୫, ଗ୍ରାମାଞ୍ଚଳ ଥାନାରେ ୩, ବରପାଲି ଥାନାରେ ୩, ଅତାବିରାରେ ୬, ଭଟଲି, ଗାଇସିଲାଟ୍‌, ଝାରବନ୍ଧ, ପଦ୍ମପୁର ଓ ମେଲ୍‌ଛାମୁଣ୍ଡାରେ ଗୋଟିଏ ଲେଖାଏଁ, ବିଜେପୁର ଓ ପାଇକମାଳରେ ୨ଟି ଲେଖାଏଁ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe