ଧାଙ୍ଗରିନଚା ଜୁଆ ଆଡ୍ଡାରେ ଚଢ଼ଉ, ଧରାପଡ଼ିଲେ ୫

Advertisment
ଧାଙ୍ଗରିନଚା ଜୁଆ ଆଡ୍ଡାରେ ଚଢ଼ଉ, ଧରାପଡ଼ିଲେ ୫

Sambad English

ବୀରମିତ୍ରପୁର (ସୁନ୍ଦରଗଡ଼): ଧାଙ୍ଗରିନଚା ଗାଁ ଗୀର୍ଜା ଘର ନିକଟରେ ନିୟମିତ ଭାବେ ଜୁଆ ଖେଳ ଚାଲୁଥିବା ଖବର ପାଇ ବୀରମିତ୍ରପୁର ଥାନା ଅଧିକାରୀ ଶ୍ରୁତିପ୍ରଭା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସ୍‌ଆଇ ଦୋଳମଣି ନାୟକ ଓ ଦୀପ୍ତିରଞ୍ଜନ ସାହୁ ସଦଳବଳ ଗତରାତି ପ୍ରାୟ ଦେଢ଼ଟା ସମୟରେ ଅତର୍କିତ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଜୁଆଡିମାନେ ଛତ୍ରଭଙ୍ଗ ଦେଉଥିଲାବେଳେ ପୁଲିସ ବାନ୍ଧନା କେର୍କେଟା(୩୮), ମହେନ୍ଦ୍ର ସାହୁ(୩୦), ଜାଗୁ କେର୍କେଟା(୨୭), ରୂପା ସାହୁ, ରନ୍ଥୁ ତିର୍କୀ(୫୪) ପ୍ରମୁଖ ୫ ଜଣଙ୍କୁ କାବୁ କରିନେଇଥିଲା। ପୁଲିସ ଘଟଣାସ୍ଥଳରୁ ଦୁଇମୁଠା ତାସ, ଦୁଇଟି ପଟିଆ, ୪ଟି ମହମବତି, ଦୁଇଟି ମୋବାଇଲ ଓ ୨୭ ହଜାର ୨୨୫ ଟଙ୍କା ଜବତ କରିଥିଲା। ଆଜି ଗିରଫ ଜୁଆଡ଼ିମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଗତ କିଛି ଦିନ ତଳେ ଏହି ଥାନା ଅନ୍ତର୍ଗତ ନାଇକେନ୍‌ବାହାଲ ଗ୍ରାମରେ ରାତିରେ ଚାଲୁଥିବା ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ଉ କରି ୧୧ ଜଣ କୁଖ୍ୟାତ ଜୁଆଡିଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ କାର୍, ବାଇକ୍‌, ସ୍କୁଟି, ମୋବାଇଲ୍ ସହ ୧୪ ହଜାର ୭୭୩ ଟଙ୍କା ଜବତ କରିଥିଲା। ଦୀପାବଳିର ୧୦/୧୫ ଦିନ ପୂର୍ବରୁ ବୀରମିତ୍ରପୁର ଓ ଏହାର ଆଖାପାଖ ଅଞ୍ଚଳରେ ଜୁଆଖେଳ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି। ପୁଲିସ ଏଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe