ମହିଳା ଚଳାଉ କରୁଥିଲେ ଜୁଆ ଆଡ଼ା, ୪ ମହିଳା, ୪ ପୁରୁଷ ଗିରଫ

Advertisment
ମହିଳା ଚଳାଉ କରୁଥିଲେ ଜୁଆ ଆଡ଼ା, ୪ ମହିଳା, ୪ ପୁରୁଷ ଗିରଫ

Freepik

ବ୍ରହ୍ମପୁର/ବେଲଗୁଣ୍ଠା: ବେଲଗୁଣ୍ଠା ସହର ଗ‌ୋପୀନାଥସାହିରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ପୁଲିସ ଚଢ଼ଉ କରି ୪ ଜଣ ମହିଳା ଓ ୪ ଜଣ ପୁରୁଷ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କଠୁ  ୮୨ହଜାର ୭୦୦ ଟଙ୍କା ଓ ୬ଟି ମୋବାଇଲ୍ ଜବତ ହୋଇଛି। ଏନେଇ ଥାନାଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି। ଆଜି ସକାଳ ୧୦ଟାରେ ପୁଲିସ ଟିମ୍ ଉକ୍ତ ସାହିରେ ଚାଲିଥିବା ଆଡ଼ା ଉପରେ ଚଢ଼ଉ କରିଥିଲା। ଏହି ଆଡ଼ାକୁ ମହିଳା ମାନେ ହିଁ ଅପରେଟ୍ କରି ଆସୁଥିଲେ। ୬ ମାସ ଧରି ଆଡ଼ା ଚାଲିଥିବା ବେଳେ ପୁଲିସ ସୁରାକ୍ ପାଇ ପାରୁ ନଥିଲା।

ବିଭିନ୍ନ ଦୂରଦୂରାନ୍ତରୁ ପେସାଦାର ଜୁଆଡ଼ିଙ୍କ ଭିଡ଼ ଜମୁଥିଲା। ଲକ୍ଷାଧିକ ଟଙ୍କା ଏହି ଆଡ଼ାରେ ବାଜିରେ ଲାଗୁଥିଲା। ଆଜି ପୁଲିସ ପାଟ୍ରୋଲିଂ ଟିମ୍ ଏହି ଆଡ଼ା ଉପରେ ଚଢ଼ଉ କରି ମୋଟ ୮ ଜଣଙ୍କୁ କାବୁ କରିଥିଲେ। ଏନେଇ କେସ୍ ନମ୍ବର ୩୫୪ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ୪ ମହିଳାଙ୍କୁ ଥାନାରୁ ନୋଟିସ୍ ଦେଇ ଛଡ଼ା ଯାଇଥିବା ବେଳେ ୪ ଜଣ ପୁରୁଷଙ୍କୁ ଭଞ୍ଜନଗର କୋର୍ଟକୁ ଚାଲାଣ କରା ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe