game of moneylenders is over: Police brought them back from Hyderabad
ଭୁବନେଶ୍ବର: ହାଇ ପ୍ରୋଫାଇଲ ଠକ ମାନସ ଦାସଙ୍କୁ ଭରତ୍ତପୁର ପୁଲିସ ବାନ୍ଧିଛି। ତାଙ୍କର ସୁଧ ବେପାର ଖେଳ ଶେଷ ହୋଇଛି। ପୁଲିସ ତାଙ୍କୁ ହାଇଦ୍ରାବାଦରୁ ଉଠାଇ ଆଣିଛି। ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ଅଭିଯୋଗ ପରେ ମାନସ ବନ୍ଧା ହୋଇଛନ୍ତି।
ଲୋକଙ୍କୁ ସୁଧରେ ଟଙ୍କା ଦେଇ ମୂଳଧନର ଶହେ ଗୁଣା, ଆଦାୟ ପରେ ସେ ବି ଟଙ୍କା ମାଗୁଥିଲେ। ଟଙ୍କା ନଦେଲେ ଘର ଉପରକୁ ବୋମା ମାଡ଼ କରୁଥିବା ଭରତପୁର ଥାନାରେ ଅଭିଯୋଗ ହୋଇଥିଲା।
ଅନୁପଟେ ଖଣ୍ଡଗିରି ଥାନା ଅଧୀନରେ ଜଣେ ମହିଳାଙ୍କୁ ସେ ୨ ଲକ୍ଷ ସୁଧ ଦେଇ ଥିଲେ। ପରବର୍ତ୍ତୀ ସମୟରେ ସେ ମୂଳ ଟଙ୍କା ଟଙ୍କା ସହ ସୁଧ ବି ପାଇ ସାରିଥିଲେ। ହେଲେ ବ୍ଲାଙ୍କ ଚେକ୍ରେ ୩୬ ଲକ୍ଷ ଲେଖି ଓଲଟା ଚେକ୍ ବାଉନ୍ସ କରିଥିବା ଅଭିଯୋଗ କରିଥିଲେ।
ସେପଟେ ଚନ୍ଦକା ଥାନା ଅଧୀନରେ ଜଣେ ବ୍ୟକ୍ତିଙ୍କ ଠାରୁ ସୁଧ ଟଙ୍କା ଫେରାଇବାକୁ ନେଇ ତୁମୁଳକାଣ୍ଡ ଘଟିଥିଲା। ଚକ୍ରବୃଦ୍ଧି ସୁଧ ଆଦାୟକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା।
Follow Us