ଫାଣ୍ଡି ଭିତରେ ଗଞ୍ଜେଇ ମାଡ଼ ଘଟଣା, ଚିଲମ ଚିହ୍ନି ପାରୁନାହାନ୍ତି ଅଧିକାରୀ

Advertisment
ଫାଣ୍ଡି ଭିତରେ ଗଞ୍ଜେଇ ମାଡ଼ ଘଟଣା, ଚିଲମ ଚିହ୍ନି ପାରୁନାହାନ୍ତି ଅଧିକାରୀ

eBay

ସମ୍ବଲପୁର: ବୁର୍ଲା ଫାଣ୍ଡି ଭିତରେ ଖୋଲାଖୋଲି ଭାବେ ଏଏସ୍‌ଆଇ ଓ ହୋମ୍‌ଗାର୍ଡ ଗଞ୍ଜେଇ ମାଡ଼ ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସେପଟେ, ଏହି ଘଟଣାର ତଦନ୍ତ କରୁଥିବା ଏସ୍‌ଡିପିଓ ଶିଶୁରଞ୍ଜନ ମହାପାତ୍ର ଫଟୋରେ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥିବା ଗଞ୍ଜେଇ, ଚିଲମ, ବିଡି, ଦିଆସିଲିକୁ ଚିହ୍ନିପାରୁନଥିବା କହିଛନ୍ତି। ଫଟୋରେ ପ୍ରକୃତରେ କଣ ରହିଛି ତାହା ଜଣାପଡ଼ୁନଥିବା କହି ଶ୍ରୀ ମହାପାତ୍ର ଘଟଣାକୁ ଚପାଇଦେବାର ଉଦ୍ୟମ କରୁଥିବା ଅଭିଯୋଗ ହେଉଛି।

ସେପଟେ, ଫାଣ୍ଡି ଭିତରେ ଏତେ ସଂଖ୍ୟକ ମଦ ବୋତଲ କିଭଳି ଆସିଲା ସେନେଇ କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ଉତ୍ତର ନାହିଁ। ଏହି ଘଟଣାକୁ ନେଇ ଏସ୍‌ପି କନୱର ବିଶାଳ ସିଂହ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍‌ଙ୍କୁ ଲୋକେ ଘଟଣା ସମ୍ପର୍କରେ ଅବଗତ କରିଥିବା ଜଣାପଡ଼ିଛି। ସେପଟେ, ଡାକ୍ତରମାନେ ଫାଣ୍ଡି ଏଏସ୍‌ଆଇ ଶ୍ରୀ ବାରିକଙ୍କ ବିରୋଧରେ ୧୨ ଦିନ ତଳେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିବା ସମୟରେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉନାହିଁ, ସେନେଇ ଡାକ୍ତରମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe