ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସି କେଳେଙ୍କାରୀ: ରାଜାଙ୍କ ଘରେ ପୁଣି ଇଓଡବ୍ଲ୍ୟୁ ଚଢ଼ଉ

Advertisment

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସିରେ ଆର୍ଥିକ ଅନିୟମିତତା ଘଟଣାରେ ଆଜି ଦ୍ବିତୀୟଥର ପାଇଁ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା) କେନ୍ଦୁଝରରେ ରାଜା ଚକ୍ରଙ୍କ ଘରେ ଚଢ଼ଉ କରିଛି।

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସିରେ ଆର୍ଥିକ ଅନିୟମିତତା ଘଟଣାରେ ଆଜି ଦ୍ବିତୀୟଥର ପାଇଁ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା) କେନ୍ଦୁଝରରେ ରାଜା ଚକ୍ରଙ୍କ ଘରେ ଚଢ଼ଉ କରିଛି।

csscscx

ଭୁବନେଶ୍ବର/କେନ୍ଦୁଝର/ଗୁଆଲି: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସିରେ ଆର୍ଥିକ ଅନିୟମିତତା ଘଟଣାରେ ଆଜି ଦ୍ବିତୀୟଥର ପାଇଁ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା) କେନ୍ଦୁଝରରେ ରାଜା ଚକ୍ରଙ୍କ ଘରେ ଚଢ଼ଉ କରିଛି। ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ଏକ ଟିମ୍‌ ଚଢ଼ଉରେ ସାମିଲ ଥିଲା। ସେହିପରି ରାଜାଙ୍କ ଏକାଧିକ ବ୍ୟାବସାୟିକ ପ୍ରତିଷ୍ଠାନରେ ମଧ୍ୟ ଇଓଡବ୍ଲ୍ୟୁ ଚଢ଼ଉ କରିଥିବା ବେଳେ ଦୁଇଟି ସ୍କ୍ରିନିଂ ମେସିନ୍‌ ଓ ଗୋଟିଏ ପୋକଲେନ୍‌ ଜବତ ହୋଇଥିବା ସୂଚନା ମିଳିଛି। ଜବତ ସ୍କ୍ରିନିଂ ମେସିନ୍‌ର ଦାମ ୩ କୋଟି ବୋଲି ଜଣାଯାଇଛି।

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତା ଘଟଣାରେ ଏସ୍‌ଟିଏଫ୍‌ ଓ ଇଓଡବ୍ଲ୍ୟୁ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏହି ଘଟଣାରେ ଗତ ଦୁଇଦିନ ଧରି ରାଜା ଚକ୍ରଙ୍କ ସହଯୋଗୀ ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ଜେରା କରାଯାଇଥିଲା। ଆଜି ରାଜାଙ୍କ ଘର ଏବଂ କିଛି ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢ଼ଉ ‌ହୋଇଛି। କେନ୍ଦୁଝରସ୍ଥିତ ରାଜାଙ୍କ ଘରେ ଇଓଡବ୍ଲ୍ୟୁର ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ଗଠିତ ଟିମ୍‌ ଚଢ଼ଉ କରିବା ସହ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛନ୍ତି। ସେହିପରି କେନ୍ଦୁଝର ସହରରେ ଥିବା ଶଙ୍କର ମିନେରାଲ୍‌ ଅଫିସରେ ଚଢ଼ଉ କରାଯାଇ କାଗଜପତ୍ର ଯାଞ୍ଚ କରାଯାଇଛି। ସେପଟେ ଶନିବାର ପୂର୍ବାହ୍‌ଣରେ ଗୁଆଲିସ୍ଥିତ ‌ଜେଏସ୍‌ଡବ୍ଲ୍ୟ ଖଣିରେ ରୁଗୁଡ଼ି ପୁଲିସ ଉପସ୍ଥିତିରେ ଇଓଡବ୍ଲ୍ୟୁ ଚଢ଼ଉ କରିଥିଲା। ସେଠାରେ ରାଜାଙ୍କ ମାଲିକାନାରେ ଥିବା ଦୁଇଟି ସ୍କ୍ରିନିଂ ପ୍ଲାଣ୍ଟ ଓ ଗୋଟିଏ ପୋକ୍‌ଲିନ୍‌ ମେସିନ୍‌ ଜବତ କରାଯାଇଥିବା ସୂଚନା ମିଳିଛି। 

୩ କୋଟିର ସ୍କ୍ରିନିଂ ମେସିନ୍‌ ଓ ପୋକ୍‌ଲେନ୍‌ ଜବତ

ଗତ ଦୁଇ ସପ୍ତାହ ଧରି ଇଓଡବ୍ଲ୍ୟୁ ଓ ଏସ୍‌ଟିଏଫ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲୋଡିଂ ଏଜେନ୍‌ସିର ଆର୍ଥିକ ଅନିୟମିତତାର ତନାଘନା କରୁଛି। ପୂର୍ବରୁ ଏହି ଘଟଣାରେ ଏଜେନ୍‌ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସଙ୍କୁ ଗିରଫ କରାଯାଇଛି। ଏଥିସହିତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି। ସେମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ରାଜାଙ୍କୁ ଇଓଡବ୍ଳ୍ୟୁ ଜେରା କରିଥିଲା। ପରେ ସହଯୋଗୀ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା, ସଦାଶିବ ସାମଲ, ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଜେରା ବେଳେ ଏଜେନ୍‌ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସ ଆର୍ଥିକ ନେଣଦେଣର ଅନେକ ଗୁମର ଖୋଲିଛନ୍ତି। ରିମାଣ୍ଡ ଅବଧି ଆଜି ସରିବା ପରେ ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe