ପାଇକମାଳ : ପାଇକମାଳ ବ୍ଲକ୍ ଅନ୍ତର୍ଗତ ପୁରେନା ଗ୍ରାମର ଗନ୍ଧମାର୍ଦନ ସୁରକ୍ଷା ଆନ୍ଦୋଳନର କର୍ମୀ ବିଷ୍ଣୁ ଭୋଇ(୮୧)ଙ୍କ ପରଲୋକ ହୋଇଯାଇଛି। ପୁଅ ନାମରେ ଆସିଥିବା ପ୍ରଧାନମନ୍ତ୍ରୀ ଘର ତିଆରି ନିମନ୍ତେ ପୁରୁଣା ଘରର ମାଟି କାନ୍ଥକୁ ଖୋଳୁଥିବା ବେଳେ ବିଷ୍ଟୁ ଭୋଇ ଚାପି ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଚିକିତ୍ସାଳୟକୁ ନିଆଯିବା ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ସ୍ବର୍ଗତ ଭୋଇ ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦର ବୈଠକରେ ଯୋଗ ଦେବା ସହ ତାଙ୍କୁ ପରିଷଦ ଦ୍ବାରା ସମ୍ମାନିତ ମଧ୍ୟ କରାଯାଇଥିଲା। ସେ ଜଣେ ଭାଗବତ ପ୍ରେମୀ ଥିଲେ। ଗ୍ରାମବାସୀ ଓ ତାଙ୍କ ଉଦ୍ୟମରେ ଗାଁରେ ଏକ ଭାଗବତ ଟୁଙ୍ଗୀ କରାଯାଇ ଥିଲା। ରବିବାର ଅଙ୍ଗନଦୀ କୂଳରେ ତାଙ୍କ ଅନ୍ତିମ ସଂସ୍କାରରେ ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ଧୀରେନ୍ ମହାନ୍ତି, କାର୍ଯ୍ୟାଳୟ ସମ୍ପାଦକ ଦୁର୍ଯ୍ୟୋଧନ ପୁଟା, ୱାର୍ଡମେମ୍ବର ନରସିଂହ ଡନସନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ତାଙ୍କ ବିୟୋଗରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ପରିଷଦର ଆବାହକ ଦିଲୀପ ବେହେରା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।
Follow Us