ସରିଲା ଦ୍ବିତୀୟ ଗନ୍ଧରାଢ଼ୀ ଲୋକକଳା ମହୋତ୍ସବ: ନଚାଇଲା ସମ୍ବଲପୁରୀ ନାଚ

Advertisment
ସରିଲା ଦ୍ବିତୀୟ ଗନ୍ଧରାଢ଼ୀ ଲୋକକଳା ମହୋତ୍ସବ: ନଚାଇଲା ସମ୍ବଲପୁରୀ ନାଚ

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଜଗତି ହାଇସ୍କୁଲ ପଡ଼ିଆରେ ଚାଲିଥିବା ଐତିହାସିକ ଦ୍ବିତୀୟ ଗନ୍ଧରାଢ଼ୀ ଲୋକକଳା ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଛି। ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଅତିଥିମାନେ ଗନ୍ଧରାଢ଼ୀ ପୀଠର ଐତିହାସିକ ପୃଷ୍ଠଭୂମି ଓ ଗରିମା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମହୋତ୍ସବ କମିଟି ସଭାପତି ଅଶୋକ ସାହୁଙ୍କ ସଭାପତିତ୍ୱରେ ସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟଅତିଥି, ନୟାଗଡ଼ କଲେଜ ଓଡ଼ିଆ ଅଧ୍ୟାପକ ଡ. ବନାମ୍ବର ପୃଷ୍ଟି ମୁଖ୍ୟବକ୍ତା, କଣ୍ଟାମାଳ ବିଧାୟକ ତଥା ବୌଦ୍ଧ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣା, ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଉପଜିଲ୍ଲାପାଳ ରବୀନ୍ଦ୍ର କହଁର, ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଗନ୍ଧରାଢ଼ୀ ଲୋକକଳା ମହୋତ୍ସବ କେବଳ ମହୋତ୍ସବ ନୁହେଁ କଳା, ସଂସ୍କୃତି ଓ ପରମ୍ପରାର ଏକ ସମ୍ପର୍କର ସେତୁ ଓ ହଜାର ହଜାର ବର୍ଷର ବିଲୁପ୍ତ ହେବାକୁ ଯାଉଥିବା ପୂର୍ବ ଯଯାତୀ ନଗର ଆଜିର ଐତିହାସିକ ଗନ୍ଧରାଢ଼ୀକୁ ସାରା ବିଶ୍ବରେ ପ୍ରଚାର ପ୍ରସାର ନିମନ୍ତେ ଗନ୍ଧରାଢ଼ୀ ମହୋତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସମ୍ପାଦକ ଶମ୍ଭୁ ଗିରି ସମ୍ପାଦକୀୟ ବିବରଣୀ ପାଠ, ମହୋତ୍ସବ କମିଟି କୋଷାଧ୍ୟକ୍ଷ ନିରଞ୍ଜନ ଗିରି ସ୍ୱାଗତ ଭାଷଣ, ଉପସଭାପତି ମନରଞ୍ଜନ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ର, ସତ୍ୟ ନାରାୟଣ ପାଣି, ସୀତାକାନ୍ତ ସିଂହ, ନବ କିଶୋର ମେହେର, ପ୍ରକାଶ ବାରିକ, ଦୀପକ ଅଦର, ସମାଜସେବୀ ବିଶିକେଶନ ପ୍ରଧାନ ସମେତ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତିମାନଙ୍କୁ ଅତିଥିମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସିଆର୍‌ସିସି ସନ୍ତୋଷ କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମ୍ଭାରଙ୍କ ସଂଗୀତ ନିର୍ଦ୍ଦେଶନାରେ ସ୍ୱାଗତ ସଙ୍ଗୀତ ଗନ୍ଧରାଢ଼ୀ ଉଚ୍ଚମାଧ୍ୟମିକ ସ୍କୁଲ ଛାତ୍ରୀମାନେ ଗାନ କରିଥିଲେ। ସଭା ପୂର୍ବରୁ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସାଂସ୍କୃତିକ କମିଟି ଅଧ୍ୟକ୍ଷ ସ୍ୱାଧୀନ ପରିଡ଼ା ମଞ୍ଚ ପରିଚାଳନା କରିଥିଲେ। ସଭା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୁଲବାଣୀ ନଟରାଜ କଳାପରିଷଦ ଦ୍ବାରା ଓଡ଼ିଶୀ ସମ୍ବଲପୁରୀ, ବରପଦର୍ ବଉଳି କଳା ପରିଷଦ ଦ୍ୱାରା ସମ୍ବଲପୁରୀ ଓ ଜାଇଫୁଲ ନୃତ୍ୟ, ଗନ୍ଧରାଢ଼ୀ କଳା ପରିଷଦ ବୌଦ୍ଧ ଦ୍ଵାରା ସମ୍ବଲପୁରୀ ନୃତ୍ୟ, କଳାଞ୍ଜଳି ବୌଦ୍ଧ ଦ୍ଵାରା ସମ୍ବଲପୁରୀ ନୃତ୍ୟ, ପ୍ରଣାମ ବୌଦ୍ଧ ଦ୍ୱାରା ଢାପ, ଆଞ୍ଚଳିକ କଳାକାର କଳା ପ୍ରଦର୍ଶନ କରିଥିଲେ। ଶ୍ରୀକାନ୍ତ ଛତ୍ରିଆ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଗନ୍ଧରାଢ଼ୀ ଲୋକକଳା ମହୋତ୍ସବ ସମସ୍ତ କର୍ମକର୍ତ୍ତା ଏବଂ ଅଞ୍ଚଳବାସୀ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe