ଗାନ୍ଧୀ ଶାନ୍ତି କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ : ଯୁବପିଢିକୁ ଗାନ୍ଧୀଙ୍କ ଅହିଂସା ଓ ଆଦର୍ଶରେ ଅନୁପ୍ରାଣିତ କରିବ

ଗାନ୍ଧୀ ଶାନ୍ତି କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ : ଯୁବପିଢିକୁ ଗାନ୍ଧୀଙ୍କ ଅହିଂସା ଓ ଆଦର୍ଶରେ ଅନୁପ୍ରାଣିତ କରିବ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ  ଖଣ୍ଡଗିରି-ଚନ୍ଦକା ରାସ୍ତାରେ ନବନିର୍ମିତ ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିତ୍ୟ ବିର୍ଲା ଗ୍ରୁପ୍ ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ୫ ଏକର ଜାଗାରେ ନିର୍ମତ ହୋଇଛି ଏହି ସଂଗ୍ରହାଳୟ । ମହାତ୍ମା ଗାନ୍ଧୀଙ୍କ ୧୫୦ତମ  ଜୟନ୍ତୀ ପାଳନ ଅବସରରରେ ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ଏହି ଶାନ୍ତି କେନ୍ଦ୍ରକୁ ସ୍ଥାପନ କରାଯାଇଛି ବୋଲି ବିର୍ଲାଗ୍ରୁପର ଶ୍ରୀମତୀ ରାଜଶ୍ରୀ ବିର୍ଲା କହିଛନ୍ତି । ଶାନ୍ତି କେନ୍ଦ୍ରକୁ ପରିଦର୍ଶନରେ ଆସୁଥିବା ଲୋକମାନେ ଗାନ୍ଧିଜୀଙ୍କ ନୀତି ଆର୍ଦଶ ଓ ଅହିଂସା ଉପରେ ଗାନ୍ଧିଜୀଙ୍କ ଭାବଧାରାକୁ ଭଲ ଭାବରେ ଅନୁଭବ କରିପାରିବେ ।

ସେପଟେ ମୁଖ୍ୟମନ୍ତୀ ଏହାକୁ ଉଦଘାଟନ କରିବା ସହିତ ସଂଗ୍ରହାଳୟର ପ୍ରତିଟି କୋଠରୀ ବୁଲି ଦେଖିଥିଲେ । ସେପଟେ କିଛି ସମୟ ପାଇଁ ଗାନ୍ଧୀଜିଙ୍କ ପ୍ରତିମୂର୍ତି ସହିତ ବି ଫଟୋ ଉଠାଇଥିଲେ । ମଙ୍ଗଳବାରଠାରୁ ରବିବାର  ପର୍ଯ୍ୟନ୍ତ ଦିନ ୧୧ଟାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ, ଯାହା ଫଳରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିବା ବିଭିନ୍ନ ବ୍ୟକ୍ତି ଓ ଛାତ୍ରଛାତ୍ରୀମାନେ ଏଠାକୁ ଆସି ବୁଲିପାରିବେ ।

ଉଲ୍ଲେଖ ଯୋଗ୍ୟ, ତତ୍‌କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ କାର୍ଯ୍ୟକାଳରେ  ୨୦୧୭ ମେ’ ମାସରେ ‘ପର୍ଯ୍ୟଟନ ବିଭାଗ’ ଓ ‘ଆଦିତ୍ୟ ବିର୍ଲା ଫାଉଣ୍ତେସନ୍‌’ ମଧ୍ୟରେ ଗାନ୍ଧୀ ଶାନ୍ତି କେନ୍ଦ୍ର ନିର୍ମାଣ ନେଇ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ୨୦୧୮ ଡିସେମ୍ବର ସୁଦ୍ଧା ଏହାର କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ବି ସେଥିରେ ବିଳମ୍ବ ‌ହୋଇଥିଲା। ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟି ଏହା ସର୍ବସାଧାରଣଙ୍କ ପାଇଁ ଖୋଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe