ଗାନ୍ଧିଜୀଙ୍କ ପ୍ରତିମୂର୍ତି ଭାଙ୍ଗିଲେ ଦୁର୍ବୃତ୍ତ

Advertisment
ଗାନ୍ଧିଜୀଙ୍କ ପ୍ରତିମୂର୍ତି ଭାଙ୍ଗିଲେ ଦୁର୍ବୃତ୍ତ

ଚୌଦ୍ବାର-ଚାରବାଟିଆ : ଚୌଦ୍ବାର ଗାନ୍ଧୀ ଛକ ଠାରେ ଦୀର୍ଘଦିନ ଧରି ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିର ମୁଣ୍ତକୁ ପଛକୁ କରିଥିବା ବେଳେ ଠେଙ୍ଗାକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏ ଖବର ଆଜି ସକାଳେ ପ୍ରଚାରିତ ହେବା ପରେ ବହୁ ସ˚ଖ୍ୟକ ଲୋକ ଘଟଣାସ୍ଥଳରେ ରୁଣ୍ତହୋଇ ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଏହି ମୂର୍ତ୍ତିକୁ ତୁରନ୍ତ ମରାମତି କରିବା ପାଇଁ ନଗରପାଳିକା କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି। ନଗରପାଳିକା ତରଫରୁ ଏ ସମ୍ପର୍କରେ ଚୌଦ୍ବାର ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe