ଗାନ୍ଧୀଜୀ ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି ଓ କରିନାହାନ୍ତି, ଉଭୟ କଥା ସତ: ସୌମ୍ୟ

Advertisment
ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କ୍ୟାଲେଣ୍ଡର

enewsinsight.com

ଭୁବନେଶ୍ବର : ମହାତ୍ମାଗାନ୍ଧୀ ପୁରୀ ଜଗନ୍ନାଥ ମନ୍ଦିର ଗୋଟିଏ କ୍ଷେତ୍ରରେ ପ୍ରବେଶ କରିଛନ୍ତି। ଅନ୍ୟକ୍ଷେତ୍ରରେ କରିନାହାନ୍ତି। ଉଭୟ କଥାଟି ସତ୍ୟ। ଗତକାଲି ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ବେଳେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଯେଭଳି ପ୍ରଶ୍ନ ଉଠାଇଥିଲେ ଆଜି ବିଧାନସଭାରେ ଏହି କଥା ଉପରୁ ପରଦା ଉଠାଇଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏ ସମ୍ପର୍କରେ ସରକାର ଗତକାଲି ଗୃହରେ ସ୍ପଷ୍ଟ କରିଥିଲେ ଭଲ ହୋଇଥାନ୍ତା। କିନ୍ତୁ ତାଙ୍କ ପାଖରେ ଯାହା ତଥ୍ୟ ରହିଛି, ଗାନ୍ଧୀଜୀ ୧୯୨୧ ମସିହାରେ ପ୍ରଥମ କରି ଓଡ଼ିଶା ଆସିବା ଅବସରରେ ପୁରୀ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିଥିଲେ। ସର୍ବମୋଟ ଗାନ୍ଧୀଜୀ ଓଡ଼ିଶାକୁ ୮ ଥର ଆସିଥିଲେ। ୧୯୩୪ ମସିହାରେ ହରିଜନ ପଦଯାତ୍ରାରେ ଯୋଗ ଦେବା ପାଇଁ ମହାତ୍ମା ଓଡ଼ିଶା ଆସିଥିଲେ। ସେତେବେଳେ ଗୋଟିଏ ଗୁଜବ ଉଠିଥିଲା ଯେ ହରିଜନମାନଙ୍କୁ ଧରି ସେ ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କରିବେ। କିନ୍ତୁ ସେଭଳି କିଛି ଘଟଣା ଘଟିନାହିଁ। ଗାନ୍ଧୀଜୀ ହରିଜନ ପଦଯାତ୍ରାରେ ସାରା ଓଡ଼ିଶା ବୁଲିବାକୁ ଚାହିଁଲେ। ପରେ ୧୯୩୮ ମସିହାରେ ପୁଣି ଥରେ ଗାନ୍ଧୀଜୀ ଓଡ଼ିଶା ଆସିଥିଲେ। ସେତେବେଳେ ହରିଜନମାନଙ୍କ ପ୍ରତି ଗାନ୍ଧୀଜୀଙ୍କ ଚିନ୍ତା ଚେତନା ସମ୍ପୂର୍ଣ୍ଣ ହୋଇଥିଲା ଏବଂ ସେ ସେମାନଙ୍କ ସପକ୍ଷରେ କହୁଥିଲେ। ସେ ନିଜେ ମନ୍ଦିର ପ୍ରବେଶ କରିବାକୁ ଅରାଜି ହେଲେ। ଯେତେଦିନ ପର୍ଯ୍ୟନ୍ତ ହରିଜନମାନଙ୍କୁ ମନ୍ଦିର ପ୍ରବେଶ କରିବାର ଅଧିକାର ଦିଆଯାଇନାହିଁ, ସେତେଦିନ ପର୍ଯ୍ୟନ୍ତ ସେ ଯିବେ ନାହିଁ ବୋଲି କହିଥିଲେ। କିନ୍ତୁ କସ୍ତୁରବା ଓ ତାଙ୍କ ସହଯୋଗୀମାନେ ଗାନ୍ଧୀଜୀଙ୍କୁ ଲୁଚାଇ ଦର୍ଶନ କରିବାକୁ ଯାଇଥିଲେ ବୋଲି ସେ ତାଙ୍କ ଉପରେ ବହୁତ ବିରକ୍ତ ହୋଇଥିବା ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe