ଗାନ୍ଧୀଜୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର କରିବା: ଧର୍ମେନ୍ଦ୍ର

ଗାନ୍ଧୀ ଜୟନ୍ତୀରେ ‘ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି’ର କାର୍ଯ୍ୟକ୍ରମ

ଆଗାମୀ ଦିନରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିବୁ: ଧର୍ମେନ୍ଦ୍ର

Business Standard

ଭୁବନେଶ୍ବର : ସ୍ବାଧୀନତା ସଂଗ୍ରାମୀଙ୍କ ସେବା ଓ ଅବଦାନକୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରିବା ପାଇଁ ଏବଂ ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର କରିବା ପାଇଁ ସମସ୍ତେ ସଂକଳ୍ପ ନେବା ଆବଶ୍ୟକ। ଆଜି ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ ଅବସରରେ ‘ ଓଡ଼ିଶା ସ୍ବାଧୀନତା ସଂଗ୍ରାମୀ’ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧ‌ାନ କହିଛନ୍ତି ଯେ, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବ ବାଲେଶ୍ବରର ଇଞ୍ଚୁଡ଼ି ଠାରେ ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ଗାନ୍ଧୀଜୀଙ୍କ ଦାଣ୍ଡି ଆନ୍ଦୋଳନ ପରେ ଏହା ଦ୍ବିତୀୟ ବୃହତ୍ତମ ଆନ୍ଦୋଳନ ଭାବରେ ପ୍ରତିଷ୍ଠିତ ହୋଇପାରିଥିଲା। ସେହିପରି ଇରମରେ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ, ତାଳଚେରରେ ପ୍ରଜା ଆନ୍ଦୋଳନ, ଦେଶ ପାଇଁ ଶହୀଦ ହୋଇଥିବା ବାଜି ରାଉତଙ୍କ ବଳିଦାନ ଆଜି ମଧ୍ୟ ପ୍ରାସଙ୍ଗିକତା ରଖୁଛି । ଏହାସହ ଭାରତୀୟ ବିଚାରରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଓ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ, ଚାଖି ଖୁଣ୍ଟିଆ, ଲକ୍ଷ୍ମଣ ନାୟକ, ଚକରା ବିଶୋଇ, ଡୋରା ବିଶୋଇଙ୍କର ରାଜ୍ୟ ଓ ଦେଶ ପାଇଁ ସେବା ଏବଂ ଅବଦାନ ଥିଲା ଅତୁଳନୀୟ। ମହାତ୍ମା ଗାନ୍ଧୀ ତାଙ୍କ ଜନଚେତନାର ପ୍ରୟାସରେ ଭାରତୀୟତାକୁ ମହତ୍ବ ଦେଇଥିଲେ। ସେ ସମୟରେ ସ୍ବାବଲମ୍ବନ, ଆତ୍ମନିର୍ଭର ହେବାକୁ କହି ଗାନ୍ଧୀଜୀ ବୈଷୟିକ ଦିଗ୍‌ଦର୍ଶନ ଦେବାରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ଵ ଥିଲେ । ବିଶ୍ୱରେ ଭାରତୀୟତାର ମୂଲ୍ୟବୋଧକୁ ସ୍ଥାପନ କରିବାରେ ସେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୃଷି ଆଧାରିତ ଅର୍ଥନୀତିର ଦେଶ ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ଅଦମ୍ୟ ପ୍ରଚେଷ୍ଟା କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଭୁବନେଶ୍ବର ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe