ବର୍ଷେ ବ୍ୟାପି ରାଜ୍ୟରେ ପାଳନ ହେବ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକ

Advertisment
‘କେନ୍ଦୁଝରରେ ହେଉ ଆଦିବାସୀ ବିଶ୍ୱବିଦ୍ୟାଳୟ’, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୫ ବିଧାୟକ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ଆଜି ୧୨ଟି ପ୍ରସ୍ତାବକୁ ଅନୁମୋଦନ କରିଛି। ସେ ମଧ୍ୟରେ ରହିଛି ମହାତ୍ମା ଗାନ୍ଧୀଙ୍କର ଓଡ଼ିଶା ଆଗମନର ଶତବାର୍ଷିକ ପାଳନ ସଂପର୍କିତ ନିଷ୍ପତ୍ତି। ୧୯୨୧ ମସିହା ମାର୍ଚ୍ଚ ୨୩ରେ ଗାନ୍ଧୀଜୀ ପ୍ରଥମ ଥର ଲାଗି ଓଡ଼ିଶା ଆସି କାଠଯୋଡ଼ି ନଦୀ ବାଲିରେ ଐତିହାସିକ ସମାବେଶରେ ଯୋଗ ଦେଇଥିଲେ। ଏହାପରେ ୧୯୪୬ ମଧ୍ୟରେ ସେ ଆଉ ୭ ଥର ଓଡ଼ିଶା ଆସିଥିଲେ। ମହାତ୍ମା ଗାନ୍ଧୀଙ୍କ ଆଗମନର ୧୦୦ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ଲକ୍ଷରେ ୨୦୨୧ ମାର୍ଚ୍ଚ ୨୩ଠାରୁ ଏକ ବର୍ଷ ଲାଗି ସାରା ରାଜ୍ୟରେ ଉତ୍ସବ ପାଳନ ଲାଗି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ଓଡ଼ିଶାର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ସୁରକ୍ଷା ତଥା ବରପୁତ୍ରମାନଙ୍କ ଗ୍ରାମକୁ ସ୍ମରଣୀୟ ସ୍ଥାନ ଭାବେ ପରିଣତ କରିବାକୁ ଏହାକୁ  ଆଦର୍ଶ ଗ୍ରାମ ଭାବେ ଗଢ଼ାଯିବ। ଏଥିସହ ବରପୁତ୍ରଙ୍କର  ଜନ୍ମଦିନ ଓ ଶ୍ରାଦ୍ଧ ଦିବସକୁ ‌ଯଥୋଚିତ ଶ୍ରଦ୍ଧା ଓ ସମ୍ମାନର ସହ ପାଳନ କରିବାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।  ଏଥସହ ବରପୁତ୍ରମାନଙ୍କ ସ୍ମୃତିକୁ ଉତ୍ତରପିଢ଼ି ନିକଟରେ ପରିଚିତ କରାଇବା ଲାଗି ପାଠ୍ୟକ୍ରମରେ ସେମାନଙ୍କ ତ୍ୟାଗ ଓ ଅବଦାନ ବିଷୟରେ ଉଲ୍ଲେଖ ରହିବ। କେବଳ ସେତିକି ନୁହେଁ, ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଙ୍କ ମଧ୍ୟରେ ବରପୁତ୍ରମାନଙ୍କ ସଂପର୍କରେ ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିରେ ଭଲ ପ୍ରଦର୍ଶନ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ଏହି ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ ମୋହର ଲଗାଇଛି। ଏଥିଲାଗି ଶିକ୍ଷାବିତ ଓ ବିଶେଷଜ୍ଞଙ୍କ ଏକ କମିଟି ଗଠନ କରାଯାଇ ଚୂଡ଼ାନ୍ତ ରୂପ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe