ମୁଙ୍ଗେରରେ ‘ଗ୍ୟାଙ୍ଗ୍‌ ଅଫ୍ ଗଞ୍ଜାମ’ ଡନ୍‌ ଆଲୋକ: ଅପରେସନ୍‌ରେ ସାମିଲ ହେଲା ଏସ୍‌ଟିଏଫ୍‌

Advertisment

ଗଞ୍ଜାମରେ ଅପରାଧର ଗ୍ରାଫ୍‌ ଉପରମୁହାଁ ହେବା ପରେ ପୁଲିସ ଆକ୍ସନ୍‌ ମୋଡ୍‌କୁ ଆସିଛି। ‘ଗ୍ୟାଙ୍ଗ୍‌ ଅଫ୍‌ ଗଞ୍ଜାମ’ର ମୂଳ ଉପାଡ଼ିବାକୁ ଆରମ୍ଭ ହୋଇଛି ଅପରେସନ୍‌। ଗତକାଲି ୧୮ଜଣ ଗିରଫ ହୋଇଛନ୍ତି ଏବଂ ସେମାନଙ୍କଠାରୁ ୧୭ ବନ୍ଧୁକ ଜବତ କରାଯାଇଛି।

ଗଞ୍ଜାମରେ ଅପରାଧର ଗ୍ରାଫ୍‌ ଉପରମୁହାଁ ହେବା ପରେ ପୁଲିସ ଆକ୍ସନ୍‌ ମୋଡ୍‌କୁ ଆସିଛି। ‘ଗ୍ୟାଙ୍ଗ୍‌ ଅଫ୍‌ ଗଞ୍ଜାମ’ର ମୂଳ ଉପାଡ଼ିବାକୁ ଆରମ୍ଭ ହୋଇଛି ଅପରେସନ୍‌। ଗତକାଲି ୧୮ଜଣ ଗିରଫ ହୋଇଛନ୍ତି ଏବଂ ସେମାନଙ୍କଠାରୁ ୧୭ ବନ୍ଧୁକ ଜବତ କରାଯାଇଛି।

ରିମାଣ୍ଡରେ ନକଲି ଭିଜିଲାନ୍‌ସ ଏସ୍‌ପି ମନୋଜ: ୩ ଦିନ ଜେରା କରିବ ଏସ୍‌ଟିଏଫ୍‌

ଭୁବନେଶ୍ବର: ଗଞ୍ଜାମରେ ଅପରାଧର ଗ୍ରାଫ୍‌ ଉପରମୁହାଁ ହେବା ପରେ ପୁଲିସ ଆକ୍ସନ୍‌ ମୋଡ୍‌କୁ ଆସିଛି। ‘ଗ୍ୟାଙ୍ଗ୍‌ ଅଫ୍‌ ଗଞ୍ଜାମ’ର ମୂଳ ଉପାଡ଼ିବାକୁ ଆରମ୍ଭ ହୋଇଛି ଅପରେସନ୍‌। ଗତକାଲି ୧୮ଜଣ ଗିରଫ ହୋଇଛନ୍ତି ଏବଂ ସେମାନଙ୍କଠାରୁ ୧୭ ବନ୍ଧୁକ ଜବତ କରାଯାଇଛି। କିନ୍ତୁ ବିହାର ମୁଙ୍ଗେରରେ ବସି ଖେଳ କରୁଥିବା ଡନ୍‌ ଆଲୋକ ପ୍ରଧାନ ପାଖରେ ପୁଲିସ ପହଞ୍ଚିପାରି ନାହିଁ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତା’ ପରିଚାଳନାରେ ୫୦ରୁ ୬୦ ଯୁବକ କାମ କରୁଥିବା ଜଣାପଡ଼ିଛି। ଗିରଫ ୧୮ଜଣଙ୍କ ବାଦ୍‌ ଆହୁରି ୪୦ରୁ ଅଧିକଙ୍କ ପାଖରେ ବି ପୁଳାପୁଳା ଆଗ୍ନେୟାସ୍ତ୍ର ଥିବା ସନ୍ଦେହ କରାଯାଉଛି। ତେଣୁ ଏବେ ଗଞ୍ଜାମ ଜିଲ୍ଲା ପୁଲିସ ସହ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ସାମିଲ ହେବ ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଖୁବ୍‌ଶୀଘ୍ର ପୁଲିସ ଟିମ୍‌ ମୁଙ୍ଗେରରେ ଡେରା ପକାଇ ଆଲୋକକୁ ଠାବ କରିବ ବୋଲି ଜଣାପଡ଼ିଛି। 

ଅପରେସନ୍‌ରେ ସାମିଲ ହେଲା ଏସ୍‌ଟିଏଫ୍‌
ଧରାପଡ଼ିଛନ୍ତି ୧୮, ତାଲିକାରେ ଆହୁରି ୪୦
ପଦାକୁ ଆସିଲା ବୟାଳିଶି ମୌଜା ଲିଙ୍କ୍‌ 

ପୁଲିସ ତଥ୍ୟ ଅନୁସାରେ ଆଲୋକ ଜଣେ କୁଖ୍ୟାତ ଅପରାଧୀ। ଦୁଇ ଦୁଇଟି ହତ୍ୟାକାଣ୍ଡ ଓ ପୁଲିସକୁ ଗୁଳିମାଡ଼ କରିବା ଭଳି ମାମଲାରେ ସେ ସମ୍ପୃକ୍ତ। ଗଞ୍ଜାମର ଅନ୍ୟତମ ଡନ୍‌ ବିକ୍ରମ ମଲ୍ଲିକ ପରେ ଆଲୋକ ନିଜକୁ ଅପରାଧ ଜଗତର ବାଦଶାହା କରିବାକୁ ଏଭଳି ଭୟଙ୍କର କାଣ୍ଡ ଭିଆଇ ଚାଲିଥିଲା। ବାଲିଘାଟ ଓ ମଦ ବେପାରୀଙ୍କଠାରୁ ବିପୁଳ ବଟି ଆଦାୟ କରି ସେ ତା’ର ସାମ୍ରାଜ୍ୟ ବଢ଼ାଇ ଚାଲିଥିଲା। ବିଭିନ୍ନ ସଂଗିନ ମାମଲାରେ ପୁଲିସ ତାକୁ ଗିରଫ କରିଥିଲେ ହେଁ ପରେ ସେ ଜାମିନରେ ଆସିଥିଲା । ଗତ କିଛି ବର୍ଷ ହେଲା ସେ ବିହାର ମୁଙ୍ଗେରରେ ଡେରା ପକାଇଛି ଏବଂ ସେଠାରୁ ଓଡ଼ିଶାକୁ ବନ୍ଧୁକ ଚାଲାଣ କରୁଛି। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ତା’ର ୩ ସହଯୋଗୀ ଧରମା, କମଳ ଗୌଡ଼ ଓ ଶୁଭମ୍‌ ମିଆଁ ବନ୍ଧୁକ ଚାଲାଣର କାର୍ପଟଦାର।

ବିହାରରୁ ଭାୟା ପଶ୍ଚିମବଙ୍ଗ ଆସାନ୍‌ସୋଲ୍‌ ଦେଇ ଟ୍ରେନ୍‌ ଯୋଗେ ଓଡ଼ିଶାକୁ ବନ୍ଧୁକ ଆସୁଥିଲା। ପରେ ଆଲୋକ ହିଁ ଓଡ଼ିଶାରେ ବନ୍ଧୁକ ତିଆରି କରାଇବା ଯୋଜନା କରିଥିଲା ବୋଲି ସୂଚନା ମିଳିଛି। ଚଳିତ ବର୍ଷ ମାର୍ଚ୍ଚ ୧୩ରେ କଟକ ବୟାଳିଶମୌଜାରୁ ଠାବ ହୋଇଥିବା ବନ୍ଧୁକ କାରଖାନା ପଛରେ ବି ଆଲୋକର ହାତ ଥିବା ସନ୍ଦେହ କରାଯାଉଛି। ଏସ୍‌ଟିଏଫ୍‌ ଏସ୍‌ପିଙ୍କ ସୂଚନାନୁସାରେ ବୟାଳିଶମୌଜାରୁ ବନ୍ଧୁକ କାରଖାନା ଠାବ ହେବା ପରେ ଗଞ୍ଜାମ ଲିଙ୍କ୍‌ ସାମନାକୁ ଆସିଥିଲା। ରିମାଣ୍ଡ୍‌ରେ ଆସିଥିବା ବେଳେ ଗଞ୍ଜାମକୁ ବନ୍ଧୁକ ଚାଲାଣ ବାବଦରେ ଆବିଦ୍‌, କାଳୁ ଓ ବୁଦ୍ଦୁ ମାନିଥିଲେ। ସେ ପୁଣି କହିଛନ୍ତି ଯେ ଧରାପଡ଼ିଥିବା ୧୮ଜଣଙ୍କ ମଧ୍ୟରେ ପେସାଦାର ଅପରାଧୀ ଶିବ ରହିଛି। ସେ ମଧ୍ୟ ମାଷ୍ଟରମାଇଣ୍ଡ ଆଲୋକର ଅନ୍ୟତମ ଖାସ୍‌ ସହଯୋଗୀ। ଆଲୋକ ବିହାରରେ ବସିଥିଲେ ହେଁ ତା’ ଇଙ୍ଗିତରେ ଶିବ ଗଞ୍ଜାମରେ ଅପରେସନ୍‌ ଚଳାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe