ମୋବାଇଲ୍ ଚୋର ଗ୍ୟାଙ୍ଗ ଗିରଫ, ୨୪ ଫୋନ ଉଦ୍ଧାର

ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ପୁଲିସ ୫ ଜଣିଆ ସଦସ୍ୟ ବିଶିଷ୍ଟ ଏକ ମୋବାଇଲ୍ ଚୋର ଗ୍ୟାଙ୍ଗ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୨୪ଟି ଫୋନ୍ ଉଦ୍ଧାର କରିଛି। ରେଙ୍ଗାଲି ଶିଳ୍ପାଞ୍ଚଳରେ ମୋବାଇଲ ଚୋରି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ଗ୍ୟାଙ୍ଗ ଧରାପଡ଼ିବା ପରେ ଏଥିରେ ଅଂକୁଶ ଲାଗିବ ବୋଲି ଶୁକ୍ରବାର ରେଙ୍ଗାଲି ଥାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରଦୀପ ସାହୁ କହିଛନ୍ତି

ପୁଲିସ୍ ସୂଚନାନୁସାରେ ଶାସନ ଅଞ୍ଚଳର ସଞ୍ଜୀବ ଗରଡିଆ (୧୯) ପଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସର ଗେଷ୍ଟ୍ହାଉସରେ କାମ କରନ୍ତି। ଗତ ୩ ତାରିଖ ରାତିରେ ସେ ଶୋଇଥିବା ବେଳେ ୩ ଜଣ ଦୁର୍ବୃତ୍ତ କୋଠରିକୁ ପଶି ତାଙ୍କ ମୋବାଇଲ ଛଡ଼ାଇ ନେଇଯାଇଥିଲେ। ତେବେ ସଞ୍ଜୀବ ଚୋରମାନଙ୍କୁ ଚିହ୍ନିପାରି ରେଙ୍ଗାଲି ଥାନରେ ଏତଲା ଦେଇଥିଲେ। ପୁଲିସ ଥାନା କେସ୍ ନଂ. ୧୪୬/୨୨ରେ ଏକ ମାମଲା ରୁଜୁ କରିବା ସହ ସଞ୍ଜୀବଙ୍କ ସୂଚନାନୁସାରେ ରେଙ୍ଗାଲି ଥାନା ଅନ୍ତର୍ଗତ ପୁରୁଣା ବସ୍ତିର ତପନ ଗରଡିଆ (୨୩), ଅବିନାଶ ବାଗ (୨୦) ଓ ଲୁଧାପାଲି ଗ୍ରାମର ଅଶୋକ ପାତ୍ର (୨୬)କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ସଞ୍ଜୀବଙ୍କ ମୋବାଇଲଟି ମଧ୍ୟ ଉଦ୍ଧାର କରାଯାଇଥିଲା।

ଉକ୍ତ ୩ ଜଣଙ୍କୁ ପଚରାଉଚରା ପରେ ସେମାନେ ରେଙ୍ଗାଲି ଅଞ୍ଚଳରୁ ବହୁ ସଂଖ୍ୟାରେ ମୋବାଇଲ୍ ଚୋରି କରିଥିବା ସ୍ବୀକାର କରିଥିଲେ। ଫଳରେ ସମ୍ବଲପୁର ଏସ୍ପିଙ୍କ ନିର୍ଦେଶକ୍ରମେ ଥାନାଧିକାରୀ ଧବଳେଶ୍ବର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ରାତି ସାରା ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆଉ ୨ ଅଭିଯୁକ୍ତ ପୁରୁଣା ବସ୍ତିର ରାଜକୁମାର ବାଗ (୨୨) ଓ ସୁଧାଂଶୁ ଭଇଁଷା (୩୩)କୁ ଗିରଫ କରିବା ସହ ମୋଟ ୨୪ଟି ମୋବାଇଲ୍ ଉଦ୍ଧାର କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ତେଣେ ୧୫ ଜଣ ମୋବାଇଲ୍ ମାଲିକଙ୍କୁ ଚିହ୍ନଟ କରି ସେମାନଙ୍କୁ ଫୋନ୍ ଫେରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଫେରାଇ ଦିଆଯିବ ବୋଲି ପୁଲିସ୍ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe