କାର୍ ଭିତରେ ନାବାଳିକା ଗଣଦୁଷ୍କର୍ମ ଘଟଣା: ଜଣେ ମହିଳାଙ୍କ ସମେତ ୬ ଗିରଫ

Advertisment
କାର୍ ଭିତରେ ନାବାଳିକା ଗଣଦୁଷ୍କର୍ମ ଘଟଣା: ଜଣେ ମହିଳାଙ୍କ ସମେତ ୬ ଗିରଫ

ବୁର୍ଲା: ସମ୍ବଲପୁର ଜିଲ୍ଲାର ବୁର୍ଲା ସହରରେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ଢାବା ମାଲିକଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁଜାତା ଦାସ(୩୪), ଆକାଶ ଦାସ(୨୮), ମନୋଜ କାଟା(୨୭), ବିନୋଦ ଝାରା(୨୦), ଜଗଦୀଶ ମହାନନ୍ଦ(୫୪) ଓ ସନ୍ନ୍ୟାସୀ ପ୍ରଧାନ(୨୭)। ଏହି ଘଟଣାରେ ବୁର୍ଲା ପୁଲିସ୍ ଢାବା ମାଲିକଙ୍କ ସହ ଅନ୍ୟ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି। ଏହି ମାମଲାରେ ଓଡି ୧୫ ୟୁ ୬୧୨୯ ନମ୍ବର ଥିବା ଏକ ରେନଲ୍ଟ କାର୍ ମଧ୍ୟ ଜବତ ହୋଇଛି।
ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୁଷ୍କର୍ମ କରି ନାବାଳିକାଙ୍କୁ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ ଗୋଶାଳା ନିକଟ ଏକ ଢାବା ପାଖରେ ଛାଡ଼ି ଦେଇଥିଲେ। ବୁର୍ଲା ପୁଲିସ୍ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବୁର୍ଲା ବଡ଼ ଡାକ୍ତରଖାନାର ଆଶୁଚିକିତ୍ସା ବିଭାଗ ଓ ପରେ ପ୍ରସୂତି ଓ ସ୍ତ୍ରୀ’ରୋଗ ବିଭାଗରେ ଭର୍ତ୍ତି କରିଥିଲା। ନାବାଳିକାଙ୍କ ବାପା ଅଜୟ ଜେନାଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଏହାପରେ ସମଲେଶ୍ୱରୀ ଢାବାର ମାଲିକ ସୁଜାତା ଦାସ ଓ ଅନ୍ୟ ୫ ଅଭିଯକ୍ତଙ୍କୁ ପୁଲିସ ଧରିଥିଲା। ଅନୁସନ୍ଧାନ ବେଳେ ଜଣାପଡ଼ିଛି ଯେ କୁଚିଣ୍ଡାର ସୁଜାତା ଦାସ ନାବାଳିକାଙ୍କୁ ପ୍ରଲୋଭିତ କରି ରାତ୍ରୀ ଭୋଜନ ପାଇଁ ନେଇଥିଲେ। ରାତ୍ରୀ ଭୋଜନ ସମୟରେ ପୀଡ଼ିତାଙ୍କୁ ଅଚେତ କରାଯାଇ ଜଣକ ପରେ ଜଣେ ଏକ ରେନଲ୍ଟ କାର୍ ଭିତରେ ଗଣଦୁଷ୍କର୍ମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe