ସ୍ବାମୀ ଆଗରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ; ୧୦ ହଜାର ନେଇ ଫେରାର ହେଲେ, ୨ ନାବାଳକ ସମେତ ୬ ଅଟକ

Advertisment
ସ୍ବାମୀ ଆଗରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ; ୧୦ ହଜାର ନେଇ ଫେରାର ହେଲେ, ୨ ନାବାଳକ ସମେତ ୬ ଅଟକ

ବାଲେଶ୍ବର: ସୀମା ଟପିଛି ଅମାନୁଷିକତା । ସ୍ୱାମୀଙ୍କୁ ମାଡ଼ମାରି ସ୍ତ୍ରୀଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରାଯାଇଛି। ଏଥି ସହିତ ଅଭିଯୁକ୍ତମାନେ ଯିବା ବେଳେ ୧୦ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ୨ ଜଣ ନାବାଳକଙ୍କ ସହିତ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

publive-image

ଅଭିଯୋଗ ଅନୁସାରେ ଟାଉନଥାନା ଅନ୍ତର୍ଗତ ଚୁନଭାଟି ଅଂଚଳର ଦଂପତି ନିଜର ଜଣେ ସଂପର୍କୀୟଙ୍କୁ ଛାଡ଼ିବା ପାଇଁ ସୋମବାର ରାତିରେ ବାଲେଶ୍ବର ରେଳ ଷ୍ଟେସନକୁ ଆସିଥିଲେ। ସଂପର୍କୀୟଙ୍କୁ ଛାଡ଼ି ଘରକୁ ଫେରିବା ବାଟରେ ଅରଡ଼ ବଜାର ନିକଟରେ କିଛି ଯୁବକ ସେମାନଙ୍କୁ ଅଟକାଇଥିଲେ। ସେଠାରେ ତାଙ୍କ ଠାରୁ ୧୦ ହଜାର ଟଙ୍କା ସହ ସୁନା ଚେନ୍‌ ଛିଣ୍ଡାଇ ନେଇଥିଲେ ଏବଂ ମସଜିଦ୍‌ ଗଳି ଆଡ଼କୁ ଟାଣି ନେଇଥିଲେ। ସେଠାରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି।

publive-image

ସହଦେବଖୁଣ୍ଟା ପୁଲିସ ଏହି ଅଭିଯୋଗରେ ମାମଲା ରୁଜୁ କରି ସୋନୁ ସିଂ ନାମରେ ଜଣେ ଯୁବକ ଓ ତାଙ୍କର ୫ ଜଣ ସହଯୋଗୀଙ୍କ ଥାନାକୁ ଆଣି ପଚରାଉଚରା ଜାରି ରଖିଛି। ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ନାବାଳକ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।  ସେପଟେ ପୀଡିତା ମହିଳାଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଛି। ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe