ଶିମିଳିପାଳରେ ପହଞ୍ଚିଲା ‘ଗଙ୍ଗା’

Advertisment

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ମହାବଳ ବାଘୁଣୀ ‘ଯମୁନା’ ପରେ ଆସି ପହଞ୍ଚିଛି ‘ଗଙ୍ଗା’। ଗଙ୍ଗାକୁ ବି ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଅଣାଯାଇଛି। ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ଗାଡ଼ିରେ ଆସିଥିବା ଗଙ୍ଗାକୁ ଯଶିପୁରପଟୁ...

tiger

ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ମହାବଳ ବାଘୁଣୀ ‘ଯମୁନା’ ପରେ ଆସି ପହଞ୍ଚିଛି ‘ଗଙ୍ଗା’। ଗଙ୍ଗାକୁ ବି ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଅଣାଯାଇଛି। ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ଗାଡ଼ିରେ ଆସିଥିବା ଗଙ୍ଗାକୁ ଯଶିପୁରପଟୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରସ୍ତୁତ ଥିବା ଏନ୍‌କ୍ଲୋଜରକୁ ନିଆଯାଇଛି। ସେଠାରେ ତାର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ୫-୬ ଦିନ ଯାଏ ଏନ୍‌କ୍ଲୋଜର୍‌ ମଧ୍ୟ‌ରେ ରଖି ଗଙ୍ଗାର ଗତିବିଧି ନିରୀକ୍ଷଣ କରିବା ପରେ ମୁକ୍ତ ଜଙ୍ଗଲରେ ଛାଡ଼ିବା ନେଇ ଯୋଜନା କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। 

ସୂଚନାଯୋଗ୍ୟ; ଗତମାସ ୨୭ ତାରିଖ‌ରେ ତଡ଼ବା ଅନ୍ଧାରୀ ଜଙ୍ଗଲରୁ ଆସି ଶିମିଳିପାଳାର ପହଞ୍ଚିଥିଲା ‘ଯମୁନା’। ଏହାପରେ ଆଉଏକ ବାଘୁଣୀକୁ ଆଣିବା ପାଇଁ ସେଠାରେ ପହଞ୍ଚିଥିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୧୦ଜଣିଆ ଟିମ୍‌। ଶିମିଳିପାଳରେ ବାଘବଂଶ ବୃଦ୍ଧି ତଥା ଅନୁବଂଶୀୟ ବିବିଧତା ନିୟନ୍ତ୍ରଣ ପାଇଁ ଏହି ଦୁଇ ବାଘୁଣୀଙ୍କୁ ମହାରାଷ୍ଟ୍ରରୁ ଅଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe