ବଡ଼ଧରଣର ଟ୍ରେନ୍‌ ଦୁର୍ଘଟଣା ରୋକିଲେ ଗ୍ୟାଙ୍ଗମ୍ୟାନ୍‌

Advertisment
ବଡ଼ଧରଣର ଟ୍ରେନ୍‌ ଦୁର୍ଘଟଣା ରୋକିଲେ ଗ୍ୟାଙ୍ଗମ୍ୟାନ୍‌

ରାଉରକେଲା: ରାତିରେ କାର୍ଯ୍ୟରତ ଜଣେ ଗ୍ୟାଙ୍ଗମ୍ୟାନ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡଧରଣର ଟ୍ରେନ୍‌ ଦୁର୍ଘଟଣାକୁ ରୋକାଯାଇପାରିଛି। ଗତକାଲି ରାତିରେ ରାଜଗାଙ୍ଗପୁର-କାଂଶବାହାଲ ଷ୍ଟେସନର ହାୱଡା-ମୁମ୍ବାଇ ଅଫ୍‌ ଲାଇନ୍‌ରେ ଏମିତି ଘଟଣା ଘଟିଥିଲା। ଗ୍ୟାଙ୍ଗମ୍ୟାନ୍‌ ଜଣକ ରାତି ‌ପେଟ୍ରୋଲିଂ କରୁଥିବାବେଳେ ହାୱଡା-ମୁମ୍ବାଇ ଅଫ୍‌ ଲାଇନ୍‌ର ଫିକ୍ସ ପ୍ଲେଟ କେହି ଦୁର୍ବୃତ୍ତ ବାହାର କରିଦେଇଥିବା ଦେଖିବାକୁ ପାଇଥିଲା। ତୁରନ୍ତ ଏ ସଂକ୍ରାନ୍ତରେ ରେଳବାଇ ଅଧିକାରୀଙ୍କୁ ସୂଚନା ଦେଇଥିଲେ। କେବଳ ଏତିକି ନୁହେଁ ଟ୍ରେନ୍‌ର ଗତିପଥ ରୋକିବାକୁ ରେଳ ଲାଇନ ମଧ୍ୟରେ ନାଲି ପତାକା ପୋତିଦେଇଥିଲେ। ଗ୍ୟାଙ୍ଗମ୍ୟାନଙ୍କ ଠାରୁ ସୂଚନା ପାଇଁ ଟେକ୍ନିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଫିକ୍ସ ପ୍ଲେଟ ମରାମତି କାମରେ ଲାଗିଥିଲା। ପ୍ରାୟ ୧ ଘଣ୍ଟା ପରେ ମୁମ୍ବାଇ-ହାୱଡା ଅଫ୍‌ ଲାଇନରେ ରେଳ ଯାତ୍ରା ସ୍ବାଭାବିକ ହୋଇଥିଲା। ରେଳ ଅଧିକାରୀମାନେ ଗ୍ୟାଙ୍ଗମ୍ୟାନ୍‌କୁ ସାବାସି ଦେବା ସହ ଘଟଣାର ତଦନ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe