ଗାଙ୍ଗପୁର ଥାନାଧିକାରୀ ମୃତ୍ୟୁ ଘଟଣା: ଏଚ୍‌ଆର୍‌ପିସି ନେଲା ତଦନ୍ତ ଭାର

ନିଜ ସର୍ଭିସ୍‌ ରିଭଲଭରରୁ ଗୁଳି ଫୁଟି ଟଳିପଡ଼ିଲେ ଆଇଆଇସି

ବ୍ରହ୍ମପୁର/ଆସିକା/ରାୟଗଡ଼ା : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାଧିକାରୀ ଦେବ୍‌ କୁମାର ଗମାଙ୍ଗଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଭାର ଗ୍ରହଣ କରିଛି ଗଞ୍ଜାମ ପୁଲିସ ଜିଲ୍ଲା ଏଚ୍‌ଆର୍‌ପିସି (ପୁଲିସ ମାନବାଧିକାର ସୁରକ୍ଷା ସେଲ୍)। ସୂଚନା ଅନୁସାରେ, ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଥିବା ସମସ୍ତ ସୁରାକ୍‌କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହାସହ ଶବ ବ୍ୟବଚ୍ଛେଦ ରିପୋର୍ଟ ବି ଏଚ୍‌ଆର୍‌ପିସିକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଜଣେ ଏଏସ୍‌ପିଙ୍କ ତତ୍ତ୍ବାବଧାନରେ ଏଚ୍‌ଆର୍‌ପିସି ଟିମ୍ ତଦନ୍ତ କରୁଛି। ପୂର୍ବରୁ କେବଳ ଡାକ୍ତରଙ୍କ ଅଭିଯୋଗକୁ ନେଇ ଗାଙ୍ଗପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା।

ଅନ୍ୟପକ୍ଷରେ, ମୃତ ଆଇଆଇସିଙ୍କ ପତ୍ନୀ କିରଣ ମହାନ୍ତି କୌଣସି ପାରିବାରିକ କି ମାନସିକ ଅଶାନ୍ତି ନଥିଲା ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ‘ନିର୍ବାଚନ ପରେ କେବଳ ଛୁଟିରେ ଆସିବେ ବୋଲି ଦେବ୍ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାଙ୍କର ଏଭଳି ସହେନ୍ଦଜନକ ମୃତ୍ୟୁ ବିଶ୍ବାସ କରିହେଉନି। ଆମେ ନିଜେ ପୁଲିସ ବିଭାଗରେ ଚାକିରି କରୁଛୁ। ଆମକୁ ନ୍ୟାୟ ନମିଳିଲେ, କୁଆଡ଼େ ଯିବୁ?’ ଘଟଣାର ସଠିକ୍ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି। ତେବେ, ଗାଙ୍ଗପୁର ଥାନାଧିକାରୀ ଦେବ୍ କୁମାର ଗମାଙ୍ଗ ମାନସିକ ଚାପରେ ଆଇଆଇସିଙ୍କ କ୍ବାର୍ଟର୍ସକୁ ଯାଇଥିବା ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସ୍ପଷ୍ଟୀକରଣ ଦେଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe