ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ, ତିନି ଗିରଫ

ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ, ତିନି ଗିରଫ

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଧାମରା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ ବି କରିଥିବାର ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଧାମରା ଥାନା ଅନ୍ତର୍ଗତ ବାଆଂସଡା ଗ୍ରାମର ଜଣେ ଆଦିବାସୀ ବିବାହିତା ମହିଳା (୨୫) ଚାରି ଦିନ ତଳେ ସନ୍ଧ୍ୟା ସମୟରେ ଚିଙ୍ଗୁଡ଼ି ଘେର ନିକଟକୁ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ ବାପୁଜୀ ଦାସ, ବାପୁ ସ୍ବାଇଁ ଏବଂ ପପୁ ନାମକ ତିନିଜଣ ଯୁବକ ଟେକି ନେଇଥିଲେ। ଏହାପରେ ସେମାନେ ଉକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ତାପରେ ଅଭିଯୁକ୍ତମାନେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ।

Image result for bhadrak police station Image Source- Odisha Diary

ଏହାପରେ ପୀଡ଼ିତା ଗଣଦୁଷ୍କର୍ମ ସଂପର୍କରେ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ତନାଘନା କରି ପ୍ରଥମେ ଅଭିଯୁକ୍ତ ବାପୁଜୀ ଦାସ ଓ ବାପୁ ସ୍ବାଇଁଙ୍କୁ ଗିରଫ କରିଥିବା ବେଳେ ଆଜି ଅନ୍ୟ ଅଭିଯୁକ୍ତ ପପୁଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe