ହାଇଦରର ସ୍ତ୍ରୀ ଓ ସଂପର୍କୀୟଙ୍କ ସୂଚନା: ଗ୍ୟାଙ୍ଗଷ୍ଟରର ଦେହରେ ବାଜିଛି ଚାରିଟି ଗୁଳି

ଏମିତି ପାଲଟିଥିଲା ଗ୍ୟାଙ୍ଗ୍‌ଷ୍ଟର, ହାଇଦରର ୪୦ ବର୍ଷର ଅପରାଧ ଇତିହାସ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ହାଇଦର ମୃତଦେହରେ ଏକାଧିକ ଗୁଳି ବାଜିଥିବା ଦେଖିବାକୁ ମିଳିଛି। ହାଇଦର ମୃତଦେହ ଫଟୋରୁ ଏହା ସ୍ପଷ୍ଟ ଭାବେ ଜଣାପଡ଼ୁଛି। ହାଇଦରର ହାତରେ ଗୁଳି ବାଜିବା ସହ ତାର ପେଟରେ ୩ଟି ଗୁଳି ବାଜିଛି। ଅଣ୍ଟା ଉପରକୁ ଗୋଟିଏ ଗୁଳି ଦାଗ ରହିଥିବାବେଳେ ପେଟ ଉପରକୁ ଛାତି ତଳକୁ ରହିଛି ଏକ ଗୁଳି ଚିହ୍ନ ରହିଛି। ସେହିପରି ବାମପଟ ଛାତିରେ ବାଜିଛି ଆଉ ଏକ ଗୁଳି।

ପୋଷ୍ଟମର୍ଟମ କରିବା ପୂର୍ବରୁ ହାଇଦରର ସ୍ତ୍ରୀ ଓ ସଂପର୍କୀୟଙ୍କୁ ଶବ ଗୃହକୁ ଯିବା ପାଇଁ ଅନୁମତି ଦେଇଥିଲା ପୁଲିସ। ସେମାନେ ବାହାରକୁ ବାହାରିବା ପରେ କହିଛନ୍ତି ହାଇଦର ଦେହରେ ୩ରୁ ୪ଟି ଗୁଳି ବାଜିଛି। ତାଙ୍କ ସ୍ତ୍ରୀ କହିଛନ୍ତି ଦୁଇ ହାତରେ ଦୁଇଟି ଗୁଳି ବାଜିଥିବାବେଳେ ଦେହରେ ବାଜିଛି ୩ଟି ଗୁଳି।

ଅନ୍ୟପଟେ ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦରର ଆରମ୍ଭ ହୋଇଛି ଶବ ବ୍ୟବଚ୍ଛେଦ। ୩ ଜଣିଆ ଡାକ୍ତରୀ ଟିମ୍, ମାଜିଷ୍ଟ୍ରେଟ, ୨ଟି କ୍ୟାମେରା, ପୁଲିସ ଶବ ବ୍ୟବଚ୍ଛେଦ ଗୃହରେ ଉପସ୍ଥିତ ଅଛନ୍ତି। ବ୍ୟବଛେଦ ପରେ ହାଇଦରର ମୃତ ଦେହକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ପୁଲିସ ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ହେବା ଖବର ଜଣାପଡ଼ିବା ପରେ ମୃତଦେହ ପରିବାର ଲୋକଙ୍କୁ ଦେବା ପାଇଁ ସମ୍ପର୍କୀୟମାନେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe