ପୁଲିସ କବ୍‌ଜାରେ ୟାକୁବ୍‌

Advertisment

ହାଇଦର୍‌କୁ ବିରିଆନି ଖୁଆଉଥିଲା

ହାଇଦର୍‌କୁ ବିରିଆନି ଖୁଆଉଥିଲା

ଗ୍ୟାଙ୍ଗଷ୍ଟର‌‌ର ଗାର୍ଲଫ୍ରେଣ୍ତ ସଉକ୍‌, ଏସ୍‌ସିବିରେ ଆଟେଣ୍ତାଣ୍ଟ ଥିଲେ ୨ ଗାର୍ଲଫ୍ରେଣ୍ତ

ଆତ୍ମସମର୍ପଣ ପୂର୍ବରୁ ଟେକି ନେଲା ପୁଲିସ
ଠିକା କାମ, ବାଲିଘାଟ ହାତେଇବା ଯୋଜନାରେ ଥିଲା

କଟକ : ସୋମବାର ଦିନ ପ୍ରାୟ ୧୦ଟା ୫୫। ଚାଉଳିଆଗଞ୍ଜ ଥାନା ସାମ୍‌ନା ଜାତୀୟ ରାଜପଥ ଉପରୁ ଓହ୍ଲାଇ ସର୍ଭିସ ରୋଡକୁ ଆସିଥିଲା ୟାକୁବ୍‌ ଓରଫ ସଲ୍ଲୁ ଖାଁ, ଯିଏକି ଗ୍ୟାଙ୍ଗ୍‌ଷ୍ଟର ହାଇଦରର ସହଯୋଗୀ। ସେ ଆତ୍ମସମର୍ପଣ ପୂର୍ବରୁ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ହାଇଦର‌୍‌ ସମ୍ପର୍କରେ ବୟାନ ଦେବାକୁ ଯାଉଥିଲା। କିନ୍ତୁ ତାକୁ ସାଦା ପୋଷାକଧାରୀ ପୁଲିସ ଥାନା ଭିତରକୁ ଟେକି ନେଇଥିଲେ। ହାଇଦର‌୍‌ ସହିତ ୟାକୁବ୍‌ର ଦୀର୍ଘଦିନର ସମ୍ପର୍କ ଏବ˚ ୟାକୁବ୍‌ର ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ପୁଲିସ ଜେରା ଆରମ୍ଭ କରିଛି। ଠିକା କାମ ଓ ବାଲିଘାଟ କାମ ହାତେଇବାକୁ ସେ ହାଇଦରକୁ ଭେଟିବା ପାଇଁ ବଡ଼ମେଡିକାଲକୁ ନିୟମିତ ଆସୁଥିଲା। ହାଇଦରକୁ ୩ ଥର ବିରିଆନି ଖୁଆଇଥିବା ବି ସେ ସ୍ବୀକାର କରିଥିବା ଜଣାପଡ଼ିଛି। କଟକ ପୀର ଅଞ୍ଚଳରେ ୟାକୁବ୍‌ର ଘର। ପୀର ଅଞ୍ଚଳରେ ୟାକୁବ୍‌ ସହ ତା’ର ପରିବାର ଆତଙ୍କ ଖେଳାଉଥିଲେ। ତା’ ବଡ଼ଭାଇ ଓ ଭିଣୋଇ ଟିଟୋ ଗ୍ୟାଙ୍ଗ୍‌ ପାଇଁ କାମ କରୁଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପୁଲିସ ସିସି କ୍ୟାମେରା ଫୁଟେଜରେ ୟାକୁବ୍‌କୁ ଚିହ୍ନଟ କରି ମହାନଦୀବିହାରରେ ଥିବା ତା’ର ଘରେ ଶନିବାର ବିଳମ୍ବିତ ରାତିରେ ଦୁଇଥର ଚଢ଼ଉ କରିଥିଲା। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କମିସନରେଟ୍‌ ପୁଲିସ ନିକଟରେ ସେ ଆତ୍ମସମପର୍ପଣ କରିବା ନେଇ ରବିବାର ରାତିରେ ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe