ରିଅଲ୍ ଇଷ୍ଟେଟ୍ ମ୍ୟାନେଜରଙ୍କ ଆକ୍ରମଣ ପଛରେ ଗ୍ୟାଙ୍ଗଷ୍ଟର୍ ସକିଲ!

ଭାଇ କହିଛନ୍ତି ମାଲ୍ ଦେ...ନ ହେଲେ ବୁଝିବୁ, ଯୁବତୀଙ୍କ ଭୂମିକାକୁ ନେଇ ସନ୍ଦେହ

୭୨ ଘଣ୍ଟା ମଧ୍ୟରେ ସୋସିଆଲ ମିଡ଼ିଆରୁ ହଟାଅ ବନ୍ଧୁକ ସହ ଜଡିତ ପୋଷ୍ଟ, ନହେଲେ ହେବ କେସ: ପଞ୍ଜାବ ଡିଜିପି

IndyStar

କଟକ : ଶିଶୁଭବନ ପଛପଟ ରିଙ୍ଗରୋଡରେ ଏକ ରିଅଲ୍‌ ଇଷ୍ଟେଟ୍ କମ୍ପାନିର ମ୍ୟାନେଜର ମହମ୍ମଦ ରହେମାନଙ୍କୁ ବନ୍ଧୁକ ଲଗାଇ ଆକ୍ରମଣ ଓ ହତ୍ୟା ଧମକ ପଛରେ ଗ୍ୟାଙ୍ଗଷ୍ଟର୍‌ ସକିଲର ସମ୍ପୃକ୍ତି ଥିବା ଅଭିଯୋଗ ଆସିଛି। ପରିବାର ଲୋକେ ସକିଲର ସମ୍ପୃକ୍ତିକୁ ନେଇ ସନ୍ଦେହ କରୁଛନ୍ତି। ଶେଷ ଥର ବକ୍ସିବଜାର ଆନନ୍ଦ ସ୍ପୋର୍ଟସ୍ ମାଲିକଙ୍କୁ ବଟି ମାଗିବା ମାମଲାରେ ସକିଲର ନାଁ ସାମନାକୁ ଆସିଥିଲା। ଏହି ମାମଲାରେ ସକିଲର ବାପା, ଭାଇ, ପ୍ରେମିକା ଓ ସହଯୋଗୀଙ୍କୁ ମିଶାଇ ୧୨ରୁ ଅଧିକ ଲୋକ ଗିରଫ ହୋଇଥିବା ବେଳେ ଏବେ ବ୍ରହ୍ମପୁର ଜେଲ୍‌ରେ ଥିବା ସକିଲର ସମ୍ପୃକ୍ତି ଏହି ଘଟଣାରେ ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ପୁରୀଘାଟ ଥାନା ଫିରିଙ୍ଗିବଜାର ଅଞ୍ଚଳର ମହମ୍ମଦ ରହେମାନ୍ ଗଲା ୧୮ ତାରିଖ ରାତି ପ୍ରାୟ ୭ଟା ୩୦ ବେଳେ ଶିଶୁଭବନ ପଛପଟ ରିଙ୍ଗରୋଡ ଦେଇ ତ୍ରିଶୂଳିଆ ଆଡ଼କୁ ଯାଉଥିଲେ। ପ୍ରାୟ ୮ ଜଣ ଯୁବକ ତାଙ୍କୁ ଘେରି ଯାଇ ଆକ୍ରମଣ କରିବା ସହିତ ତାଙ୍କ ସୁନା ଚେନ୍ ଓ ୩ଟି ମୁଦି ଛଡ଼ାଇ ନେଇଥିଲେ। ସେମାନଙ୍କ ଭିତରୁ ଜଣେ ଯୁବକ ରହେମାନଙ୍କ ମୁଣ୍ଡରେ ବନ୍ଧୁକ ବି ଲଗାଇ ଧମକ ଦେଇଥିଲା। ଲୁହା ପାଇପରେ ତାଙ୍କୁ ରିଙ୍ଗରୋଡରେ ଆକ୍ରମଣ ଘଟଣା ପଛରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଜି ସାମନାକୁ ଆସିଛି। ଗଲା ପ୍ରାୟ ୬ ମାସ ତଳେ ଏମାନଙ୍କ ମଧ୍ୟରୁ ପ୍ରାୟ ୫ ଜଣ ଯୁବକ ତ୍ରିଶୂଳିଆ ଛକ ନିକଟରେ ଥିବା ଏକ ଚା ଦୋକାନ ନିକଟରେ ରହେମାନଙ୍କୁ ଲକ୍ଷାଧିକ ଟଙ୍କା ବଟି ମାଗିଥିଲେ। ଭାଇ ଟଙ୍କା ଦେବାକୁ କହିଛି ବୋଲି ଯୁବକମାନେ ରହେମାନଙ୍କୁ କହିଥିଲେ। ଟଙ୍କା ନଦେଲେ ନିଜ କଥା ନିଜେ ବୁଝିବ ବୋଲି କହି ସମ୍ପୃକ୍ତ ଯୁବକମାନେ ବି ଚେତାବନୀ ଦେଇଥିଲେ।

କିନ୍ତୁ ରହେମାନ ଏହି କଥାକୁ ସେତେବେଳେ ହାଲକା ଭାବେ ନେଇଥିଲେ। ଗଲା ୧୮ ତାରିଖରେ ଆକ୍ରମଣ କରିଥିବା ଯୁବକଙ୍କ ଭିତରେ ତ୍ରିଶୂଳିଆ ଛକରେ ଧମକ ଦେଇଥିବା ଯୁବକ ବି ସାମିଲ ଥିବା କୁହାଯାଉଛି। ଯୁବ ଜମି ବ୍ୟବସାୟୀ ରହେମାନ ତ୍ରିଶୂଳିଆରେ ଏସ୍‌ଏସ୍‌ ରିଅଲକନ ନାଁରେ ଏକ ଜମି କିଣାବିକା ସଂସ୍ଥା ଖୋଲି ବ୍ୟବସାୟ କରୁଥିବା ବେଳେ ଲକଡାଉନ୍‌ରେ କାରବାର ବନ୍ଦ ହୋଇଯିବା ପରେ ନିଜସ୍ବ ସଂସ୍ଥା ବନ୍ଦ କରି ତ୍ରିଶୂଳିଆରେ ଥିବା ବର୍ଦ୍ଦନ ରିଅଲ ଇଷ୍ଟେଟ୍ କମ୍ପାନିରେ ମ୍ୟାନେଜର ଭାବେ କାମ କରୁଥିଲେ। ଉକ୍ତ ସଂସ୍ଥାରେ ପୁରୀଘାଟ ଅଞ୍ଚଳର ଜଣେ ଯୁବତୀ ବି କାମ କରୁଥିଲେ। ମାତ୍ର କାମ ଠିକ୍ ଢଙ୍ଗରେ ନ କରିବାରୁ ରହେମାନ ତାଙ୍କୁ ଗତ ୭ ମାସ ତଳେ ଚାକିରିରୁ ବାହାର କରାଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗ୍ୟାଙ୍ଗଷ୍ଟର୍‌ ସକିଲ ସହିତ ସମ୍ପୃକ୍ତ ଯୁବତୀଙ୍କର ସମ୍ପର୍କ ରହିଛି। ୧୮ ତାରିଖରେ ବନ୍ଧୁକ ଲଗାଇ ମାଡ଼ ମାରିବା ପଛରେ ସକିଲର ସମ୍ପୃକ୍ତି ଥିବା ରହେମାନଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି।

ଏହି ଯୁବତୀ ବିରୋଧରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ଥିବା ବେଳେ ସେ ସିଧାସଳଖ ଅପରାଧୀଙ୍କ ସହିତ ସମ୍ପର୍କ ଯୋଡ଼ିଥିବା ରହେମାନଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଲାଲବାଗ ଥାନା ପୁଲିସ ମେହେନ୍ଦିପୀର ଅଞ୍ଚଳର ଦୁଇ ଜଣ ଏବଂ କଟକ ସହରର କିଛି ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଲାଲବାଗ ଥାନା ଆଇଆଇସି ରବିନାରାୟଣ ଭଞ୍ଜ କହିଛନ୍ତି ଯେ ଅଭିଯୁକ୍ତମାନେ ଧରାପଡ଼ିଲେ ଘଟଣା ସଂପର୍କରେ ଅଧିକ ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe