ଥାନା ଛାତ ଡେଇଁ ଗ˚ଜେଇ ଅଭିଯୁକ୍ତ ଚମ୍ପଟ୍‌

ସେଣ୍ଟ୍ରିଙ୍କୁ ଧକ୍କା ମାରି ଖସିଗଲା

ଫେରାର୍‌ ଉଦ୍ୟମ ବେଳେ କଏଦୀକୁ ଗୋଡ଼ାଇ ଧରିଲେ

Policenama

ମୋହନା : ଟଏଲେଟ୍ ଯିବା ବାହାନା କରି ସୁଯୋଗ ଉଣ୍ଡି ଥାନାର ଦୁଇ ଜଣ ସେଣ୍ଟ୍ରିଙ୍କୁ ଧକ୍କା ମାରି ଜଣେ ଅଭିଯୁକ୍ତ ଥାନା ହାଜତରୁ ଚମ୍ପଟ୍‌ ମାରିଛି। ସେ ଥାନା କୋଠା ଉପର ମହଲା ଛାତକୁ ଦୌଡ଼ି ଯାଇ ସେଠାରୁ ତଳକୁ ଡେଇଁ ଫେରାର ହୋଇଯାଇଛି। ଆଜି ସକାଳର ଏ ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମୋହନା ଥାନା ଅଧିକାରୀ ସୁଜିତ୍‌ କୁମାର ନାୟକଙ୍କ କହିବାନୁସାରେ , କିଛିଦିନ ତଳେ ଗ˚ଜେଇ ଚାଲାଣ ଅଭିଯୋଗରେ ମୋହନା ଥାନାରେ ଏକ ମାମଲା ରୁଜୁ କରା ଯାଇଥିଲା। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ବହୁଦିନ ହେଲା ପୁଲିସ୍‌ ଆଖିରେ ଧୂଳି ଦେଇ ଲୁଚି ବୁଲୁଥିଲା। ତେଣୁ ଵାରେଣ୍ଟ ବଳରେ ଗତକାଲି ବହୁ ଉଦ୍ୟମ କରି ମୋହନା ପୁଲିସ୍ ଏହି ଗ˚ଜେଇ ବ୍ୟବସାୟୀକୁ ଗିରଫ‌ କରିଥିଲେ। ଆଜି ତାକୁ କୋର୍ଟଚାଲାଣ କରାଯିବାର ଥିଲା। ତେବେ, ଆଜି ସକାଳେ ଟଏଲେଟ୍‌ ଯିବା ବୋଲି କହି ହାଜତରୁ ବାହାରିବାରେ ସକ୍ଷମ ହୋଇଥିଲା। ସୁଯୋଗ ପାଇ ଡ୍ୟୁଟିରେ ଥିବା ଥାନାର ଦୁଇ ଜଣ ସେଣ୍ଟ୍ରିଙ୍କୁ ଧକ୍କା ମାରିବା ସହ ଦୁଇ ତାଲା ଛାତ ଉପରକୁ ଯାଇ ତଳକୁ ଡେଇଁ ଚମ୍ପଟ୍‌ ମାରିଥିଲା। ଫେରାର ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ଅଞ୍ଚଳରେ ପୁଲିସ ପକ୍ଷରୁ ଚଢ଼ଉ ଚାଲିଛି। ତଦନ୍ତରେ ବାଧା ଆଶଙ୍କା ଥିବାରୁ ଅଭିଯୁକ୍ତର ନାମ ଥାନା ଅଧିକାରୀ ପ୍ରକାଶ କରିନାହାନ୍ତି। ଥାନାରୁ ଚମ୍ପଟ୍‌ ନେଇ ମୋହନା ଥାନା କେସ୍‌ ନଂ ୧୯୧/୨୦୨୦ରେ ଏକ ମକଦ୍ଦମା ରୁଜୁ କରାଯାଇଛି।

ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ରା.ଉଦୟଗିରି ଥାନାରେ ମଧ୍ୟ ଜଣେ ଅଭିଯୁକ୍ତ ଚକ୍‌ମା ଦେଇ ଫେରାର ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe