ଚାରି ଜିଲ୍ଲାରେ ବଢ଼ୁଛି ଗଞ୍ଜେଇ ଚାଷ, ୩ ମାସରେ ୩୨ କ୍ବିଣ୍ଟାଲ୍ ୭୦ କେଜି ଗଞ୍ଜେଇ ଜବତ

ଚାରି ଜିଲ୍ଲାରେ ବଢ଼ୁଛି ଗଞ୍ଜେଇ ଚାଷ, ୩ ମାସରେ ୩୨ କ୍ବିଣ୍ଟାଲ୍ ୭୦ କେଜି ଗଞ୍ଜେଇ ଜବତ

ଭୁବନେଶ୍ବର : ରାଜ୍ୟର କୋରାପୁଟ, କନ୍ଧମାଳ, ମାଲକାନଗିରି, ଅନୁଗୁଳରେ ଏବେ ଗଞ୍ଜେଇ ଚାଷ ବଢ଼ି ବଢ଼ି ଚାଲିଛି। ଏହି ୪ଟି ଜିଲ୍ଲାରୁ ଅବକାରୀ ବିଭାଗ ୩ ମାସ ମଧ୍ୟରେ ୩୨ କ୍ବିଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ କରିଛି। ଏହି ସବୁ ଜିଲ୍ଲାରେ ବ୍ୟାପକ ପରିମାଣରେ ଗଞ୍ଜେଇ ଚାଷ କରାଯାଉଛି। କିନ୍ତୁ ଜିଲ୍ଲା ପ୍ରଶାସନ ଓ ପୁଲିସଠାରୁ ଆରମ୍ଭ କରି ଅବକାରୀ ବିଭାଗ ଯେତେ‌ ଉଦ୍ୟମ କଲେ ମଧ୍ୟ ଚାଷ ଥମିବାର ନା ନେଉନାହିଁ। ଲୋକେ ଲୁଚି ଛପି ପାହାଡ଼ ଓ ଦୁର୍ଗମ ଜଙ୍ଗଲ ଭିତରେ ଗଞ୍ଜେଇ ଚାଷ କରୁଛନ୍ତି। ରାଜ୍ୟ ବାହାରେ ଏହି ୪ଟି ଜିଲ୍ଲାର ଗଞ୍ଜେଇର ଚାହିଦା ଅନେକ ରହିଛି। ଏହି କାରଣରୁ ଅଧିକ ଟଙ୍କା ଉପାର୍ଜନ କରିବା ଲୋଭରେ ଗାଁ ଲୋକ ଗଞ୍ଜେଇ ଚାଷ କରୁଛନ୍ତି। କିନ୍ତୁ ପ୍ରକୃତ ଚାଷୀ ଏମାନେ ନୁହନ୍ତି, ଏହା ପଛରେ କେତେକ ସାହୁକାର ଓ ଗଞ୍ଜେଇ ମାଫିଆ ଅଛନ୍ତି। ଯେଉଁମାନେ ଏଭଳି ଚାଷ କରାଉଛନ୍ତି।

publive-image Times of India

ଗଞ୍ଜେଇ ଚାଷ କିମ୍ବା କାରବାର ପଛରେ ଅବକାରୀ ବିଭାଗର କେତେକ ଅସାଧୁ କର୍ମଚାରୀ, ସାମ୍ବାଦିକ ଓ ସ୍ଥାନୀୟ କେତେକ ଯୁବକ ରହୁଛନ୍ତି। ଦୁଇ ଦିନ ତଳେ କୋରାପୁଟ ଜିଲ୍ଲା ପଟାଙ୍ଗି ଅବକାରୀ ବିଭାଗର ଏଏସ୍ଆଇ ଅରୋପଲକ ଦାସ, କନଷ୍ଟେବଲ୍ ତ୍ରିଲୋଚନ ରାୟ ଚେଟି, କନଷ୍ଟେବଲ୍ ଆର୍ ଭେଙ୍କଟେସ୍ କୁମାର ଗଞ୍ଜେଇ ଗାଡ଼ିକୁ ସୁରକ୍ଷା ଦେଇ ଆନ୍ଧ୍ରପ୍ରଦେଶ ସୀମା ପାର କରାଉଥିଲେ। ଗାଡ଼ିରେ ୮୦୩ କିଲୋ ୭୬୫ ଗ୍ରାମର ଗଞ୍ଜେଇ ଥିଲା। ଏହା ସଙ୍କେତ ଦେଉଛି ଯେ ବିପୁଳ ପରିମାଣର ଗଞ୍ଜେଇକୁ ଖୋଦ ଅବକାରୀ ବିଭା‌ଗ ସୁରକ୍ଷା ଦେଇ ସୀମାପାର କରାଉଛନ୍ତି। ନିଶା ମାଫିଆ ଓ ଅବକାରୀ ବିଭାଗ କର୍ମଚାରୀମାନଙ୍କ ମଧ୍ୟରେ ସମ୍ପର୍କ ନେଇ ଚର୍ଚ୍ଚା ବଢ଼ିଲାଣି। କେବଳ କୋରାପୁଟ କାହିଁକି ପୂର୍ବରୁ ମାଲାକାନଗିରି, କନ୍ଧମାଳ ଭଳି ଜିଲ୍ଲାରେ ପୂର୍ବରୁ ଏଭଳି ଅଭିଯୋଗ ହୋଇଛି। ଦୁଇ ଦିନ ତଳେ ଉପରୋକ୍ତ ୪ଟି ଜିଲ୍ଲାରୁ ଜବତ ହୋଇଥିବା ୩୨ କ୍ବିଣ୍ଟାଲ ୭୦ କେଜି ଗଞ୍ଜେଇକୁ ନଷ୍ଟ କରିବା ପାଇଁ କୋର୍ଟ ନିର୍ଦେଶ ଦେଇଥିବାବେଳେ ଏଭଳି ରୋଚକ ତଥ୍ୟ ସାମନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe