ଟ୍ରକ୍‌ରେ କାଜୁ ଭିତରେ ଗଞ୍ଜେଇ: ବିଡିଓ, ଆଇଆଇସି, ଯୋଗାଣ ନିରୀକ୍ଷକଙ୍କ ନାଁରେ ମାମଲା, ଏସ୍‌ଆଇ ସସ୍‌ପେଣ୍ଡ୍‌

ତଦନ୍ତରୁ ଅନୁକମ୍ପା ପ୍ରଦର୍ଶନର ପ୍ରମାଣ ମିଳିଛି: ଏସ୍‌.ପି

ଟ୍ରକ୍‌ରେ କାଜୁ ଭିତରେ ଗଞ୍ଜେଇ: ବିଡିଓ, ଆଇଆଇସି, ଯୋଗାଣ ନିରୀକ୍ଷକଙ୍କ ନାଁରେ ମାମଲା, ଏସ୍‌ଆଇ ସସ୍‌ପେଣ୍ଡ୍‌

Kalinga TV

ପାରଳାଖେମୁଣ୍ଡି/ଅଡ଼ବା: ଗଜପତି ଜିଲ୍ଲା ଅଡ଼ବା ଥାନା ପୁଲିସ ଦ୍ବାରା କାଜୁ ବୋଝେଇ ଟ୍ରକ୍‌ରୁ ଗଞ୍ଜେଇ ଜବତ ଘଟଣା ଚାଞ୍ଚଲ୍ୟକର ମୋଡ଼ ନେଇଛି। କୋର୍ଟ ନିର୍ଦ୍ଦେଶ ଅମାନ୍ୟ କରି ଚଞ୍ଚକତାପୂର୍ବକ ଜବତ କାଜୁକୁ ବିକ୍ରି କରିଦିଆ ଯାଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ନିଜେ ଗଜପତି ଏସ୍‌.ପିଙ୍କ ତତ୍ତ୍ବାବଧାନରେ ଚାଲିଛିଲା। ଅଭିଯୋଗ ପଛରେ ବଳିଷ୍ଠ ପ୍ରମାଣ ଥିବାରୁ ମୋହନା ବିଡିଓ ବଂଶୀଧର ଖୋସ୍‌ଲା, ପୂର୍ବତନ ଅଡ଼ବା ଥାନା ଆଇୃାଇସି ତପନ କୁମାର ପତି, ମୋହନା ଯୋଗାଣ ନିରୀକ୍ଷକ ଶଙ୍କର ବେହେରାଙ୍କ ସମେତ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏ ସଂକ୍ରାନ୍ତରେ ମାମଲା ରୁଜୁ ହୋଇଛି। ଏହାଛଡ଼ା ଥାନା ଏସ୍‌ଆଇ ଆଲୋକ ରଞ୍ଜନ ଜଗଦଲାଙ୍କୁ ନିଲମ୍ବନ କରାଯାଇଛି। ତଦନ୍ତ ଜାରି ରହିଥିବା ବେଳେ ସଂପୃକ୍ତ ଥିବା ଅଧିକାରୀଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଗଜପତି ଏସ୍‌.ପି. ତପନ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏସ୍‌.ପି କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ପରେ ଜବତ କାଜୁକୁ ନିଲାମ କରା ଯାଇଥିବା କାଗଜପତ୍ର ପ୍ରସ୍ତୁତ ହୋଇଥିଲା। ତେବେ ବେଆଇନ୍‌ ଭାବେ ନିଲାମ କରି ଦାୟିତ୍ବରେ ଥିବା ଅଧିକାରୀ ମାନେ ଅନୁକମ୍ପା ପ୍ରଦର୍ଶନ କରିଥିବା ଓ କାଜୁ ବିକ୍ରି କରି ହେରଫେର କରିଥିବା ନେଇ ଅଭିଯୋଗ ହୋଇଛି। ଏହା ଉପରେ ଅଧିକ ତଦନ୍ତ କରିବାକୁ ଗଜପତି ଏଏସ୍‌ପି ଓ ମୋହନା ଡିଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ପାଇବା ପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌.ପି. କହିଛନ୍ତି।

ସୂଚନାଯୋଗ୍ୟ ଯେ, ଅଡ଼ବା ଥାନା ଅଧିକାରୀ ତପନ କୁମାର ପତିଙ୍କ ନିର୍ଦ୍ଦେଶ କ୍ରମେ ରାଇପଙ୍କା ପଟୁ ଆସୁଥିବା ଏକ ଟ୍ରକ (ୟୁପି ୭୯ ଟି୧୭୧୮)କୁ ଅଟକାଇ ଖାନତଲାସ କରା ଯାଇଥିଲା। ତଲାସି ବେଳେ ସେଥିରେ ବୋଝେଇ ହୋଇଥିବା କାଜୁ ସହ ୧୪ଟି ବ୍ୟାଗ୍‌ରେ ଥିବା ୩ କ୍ବିଣ୍ଟାଲ୍‌ ୩୩ କିଲୋ ଓଜନର ଗଞ୍ଜେଇ ମିଳିଥିଲା। ଅଭିଯୁକ୍ତ ଡ୍ରାଇଭର୍‌କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନିଲମ୍ବିତ ଏସ୍‌ଆଇ ଆଲୋକ ରଞ୍ଜନ ଜଗଦଳା ଏହାର ତଦନ୍ତ ଦାୟିତ୍ବରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe