ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତି, ଜବତ ହେଲା ୧ କୋଟି ୭୩ ଲକ୍ଷ ଟଙ୍କାର ସଂପତ୍ତି

Advertisment
ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତି, ଜବତ ହେଲା ୧ କୋଟି ୭୩ ଲକ୍ଷ ଟଙ୍କାର ସଂପତ୍ତି

ଅନୁଗୁଳ : କୁଖ୍ୟାତ ଗଞ୍ଜେଇ ମାଫିଆ ଚିତ୍ତରଂଜନ ସାହୁ ଓରଫ ପିଣ୍ଟୁର ସମସ୍ତ ସଂପତ୍ତି ବାଜ୍ୟାପ୍ତି ହେବ। ତା ଘରୁ ୧ କୋଟି ୭୩ ଲକ୍ଷ ଟଙ୍କାର ସଂପତ୍ତି ଜବତ ହୋଇଥିଲାବେଳେ ସେ ଏବେ ଫେରାର୍ ରହିଛି। ତାର ସମସ୍ତ ସଂପତ୍ତି ବାଜ୍ୟାପ୍ତି କରିବାକୁ ଏନଡିପିଏସ୍ ଆଇନର ଅଧିକୃତ କର୍ତ୍ତୃପକ୍ଷ ତଥା ପ୍ରଶାସକ ନିର୍ଦେଶ ଦେଇଛନ୍ତି।

publive-image

ସୂଚନା ଅନୁସାରେ, ଛେଣ୍ଡିପଦା ଥାନା ସାପୋଇନାଳୀର ଚିତ୍ତରଂଜନ ସାହୁ ଓରଫ ପିଣ୍ଟୁ ନାମରେ ଏକାଧିକ ଗଞ୍ଜେଇ ମାମଲା ରହିଛି। ଜଣେ କୁଖ୍ୟାତ ଗଞ୍ଜେଇ ମାଫିଆ ଭାବେ ସେ ବେଶ୍ ପରିଚିତ। ଦୀର୍ଘଦିନ ହେଲା ଗଞ୍ଜେଇ କାରବାର ସହ ରାଜ୍ୟ ବାହାରେ ତାର ନେଟୱର୍କ ରହିଛି। ଏହି ଗଞ୍ଜେଇ ବ୍ୟବସାୟ କରି ପ୍ରଚୁର ଅର୍ଥ ମଧ୍ୟ ଉପାର୍ଜନ କରିଥିଲା। ତାର ଅର୍ଥନୈତିକ କାରବାର ନେଇ ଛେଣ୍ଡିପଦା ପୁଲିସ ଗତ ଅଗଷ୍ଟ ୨୩ ତାରିଖରେ ୩୯୦/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗତ ନଭେମ୍ବର ୨୭ ତାରିଖରେ ପିଣ୍ଟୁ ଘରେ ପୁଲିସ ଚଢଉ କରିଥିଲା। ଏହି ସମୟରେ ତା ଘରୁ ୨୦ ଲକ୍ଷ ୫୦ ହଜାର ନଗଦ ଟଙ୍କା ସହିତ ୩ଟି ଚାରିଚକିଆ ଗାଡ଼ି, ୩ଟି ଜେନେରେଟର, ପେପର ପ୍ଲେଟ୍ ତିଆରି ମେସିନ, ବ୍ୟାଙ୍କ କାଗଜପତ୍ର ଓ ଜମିଜମା ସଂପର୍କିତ କାଗଜପତ୍ର ଜବତ କରାଯାଇଥିଲା। ଅନୈତିକ ଉପାୟରେ ଚିତ୍ତରଂଜନ ଏହି ସଂପତ୍ତି ଅର୍ଜନ କରିଥିବା ନେଇ ପୁଲିସ କୋଲକାତାସ୍ଥିତ ଏନଡିପିଏସ୍ ଆଇନର ଅଧିକୃତ କର୍ତ୍ତୃପକ୍ଷ ତଥା ପ୍ରଶାସକଙ୍କୁ ଜଣାଇଥିଲେ। ପରେ ଅଧିକୃତ କର୍ତ୍ତୃପକ୍ଷ ତଥା ପ୍ରଶାସକ ଏହାର ଶୁଣାଣି କରିଥିଲେ। ଚିତ୍ତରଂଜନ ଅଭ୍ୟାସଗତ ଗଞ୍ଜେଇ ମାଫିଆ ହୋଇଥିବାରୁ ତା ପାଖରୁ ଜବତ ହୋଇଥିବା ୧ କୋଟି ୭୩ ଲକ୍ଷ ୨୯ ହଜାର ୪୯୭ ଟଙ୍କାର ସଂପତ୍ତି ବାଜ୍ୟାପ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପୁଲିସ ସୂଚନା ଅନୁସାରେ, ଚିତ୍ତରଂଜନ ଘରୁ ୨୦ ଲକ୍ଷ ୫୦ ହଜାର ନଗଦ ଟଙ୍କା ସହ ୬୨ ଲକ୍ଷ ୨୭ ହଜାର ଟଙ୍କାର ଅସ୍ଥାବର ସଂପତ୍ତି ଜବତ କରାଯାଇଛି। ସେହିପରି ୯ଟି ଜମି ସହିତ ଘରର ମୂଲ୍ୟ ୮୫ ଲକ୍ଷ ୯୧ ହଜାର ୪୫୮ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ବାଦ୍ ୧୫ ଲକ୍ଷ ୧୧ ହଜାର ୩୯ ଟଙ୍କାର ବ୍ୟାଙ୍କ ଜମା ରହିଛି। ଏହି ସବୁ ସଂପତ୍ତି ଛେଣ୍ଡିପଦା ପୁଲିସ ଜବତ କରିଛି। ଅପରପକ୍ଷରେ ମୁଖ୍ୟ ଅଭିଯୁକ୍ତ ଚିତ୍ତରଂଜନ ଏବେ ବି ଫେରାର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe