୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

Advertisment
୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବିନିକା/ ମହାଦେବପାଲି: ସୋନପୁର ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇ ଓ ପ୍ରକାଶ ସା’ଙ୍କ ନେତୃତ୍ବରେ ​ସୋନପୁର ଅବକାରୀ ମୋବାଇଲ୍‌ ଟିମ୍‌ ଓ ବିନିକା ଅବକାରୀ ବିଭାଗ ମିଳିତ ଚଢ଼ଉ କରି ୨ କେଜିରୁ ଊର୍ଦ୍ଧ୍ବ ଗଂଜେଇ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି। ସୂଚନାନୁସାରେ ବିନିକା ବ୍ଲକ୍‌ ସେଲେଡି ପଞ୍ଚାୟତ ତୁଲୁଣ୍ଡିପାଲିରେ ଅବକାରୀ ବିଭାଗ ଚଢ଼ଉ କରି ପ୍ରକାଶ ପଧାନ (୩୫)ଙ୍କଠାରୁ ୨ କେଜି ୩୦ ଗ୍ରାମ ଗଂଜେଇ ଜବତ କରିବା ସହ ପ୍ରକାଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିନିକା ଅବକାରୀ ଆଇଆଇସି ଗୋବର୍ଦ୍ଧନ ରଣା ପ୍ରକାଶ କରିଛନ୍ତି।

ଏହି ଚଢ଼ଉରେ ଉପନିରୀକ୍ଷକ ସୁଧୀର ମିଶ୍ର, ବିନିକା ଏଏସ୍‌ଆଇ କେଶବ ଧରୁଆ, କୀର୍ତ୍ତନ ନାଏକ, କନଷ୍ଟେବଳ ଭେଙ୍କଟ ରମଣ ବେହେରା, ମମତା ବାଗ, ପିଣ୍ଟୁ ସାହୁ, ପୃଥ୍ବୀରାଜ କହଁର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe