୫.୫ କେଜି ଗଞ୍ଜେଇ ଜବତ, ସ୍ୱାମୀ-ସ୍ତ୍ରୀ ସମେତ ୩ ଗିରଫ

Advertisment
୫.୫ କେଜି ଗଞ୍ଜେଇ ଜବତ, ସ୍ୱାମୀ-ସ୍ତ୍ରୀ ସମେତ ୩ ଗିରଫ

ସମ୍ବଲପୁର : ଅଇଁଠାପାଲି ଥାନା ଅଧୀନ ଘରୋଇ ବସ୍‌ଷ୍ଟାଣ୍ଡରୁ ଗଞ୍ଜେଇ ଜବତ ହୋଇଛି। ଅଇଁଠାପାଲି ଥାନା ପାଟ୍ରୋଲିଂ ଟିମ୍‌ ଶୁକ୍ରବାର ସକାଳେ ପାଟ୍ରୋଲିଂ କରିବା ବେଳେ ଅଇଁଠାପାଲି ସ୍ଥିତ ଘରୋଇ ବସ୍‌ଷ୍ଟାଣ୍ଡରେ ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ ସୂଚନା ପାଇଥିଲା। ପାଟ୍ରୋଲିଂ ଟିମ୍‌ ଶୁକ୍ରବାର ସକାଳ ୬ଟା ୧୦ ସମୟରେ ବସ୍‌ଷ୍ଟାଣ୍ଡ ଭିତରେ ଚଢ଼ଉ କରିଥିଲା। ବସ୍‌ଷ୍ଟାଣ୍ଡର ପ୍ରତୀକ୍ଷା ହଲ୍‌ରେ ଗଞ୍ଜଇ ଧରି ବସ୍‌କୁ ଅପେକ୍ଷା କରିଥିବା ସ୍ବାମୀ ସ୍ତ୍ରୀଙ୍କ ସମେତ ୩ ଜଣଙ୍କୁ ପୁଲିସ ଧରିଥିଲା। ଯାଞ୍ଚ ବେଳେ ସେମାନେ ଧରିଥିବା ବସ୍ତାରୁ ଗଞ୍ଜେଇ ବାହାରିଥିଲା। ଏହାପରେ ପୁଲିସ ୩ ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲା।

ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଜବଲପୁର ଜିଲ୍ଲା ଝାଣ୍ଡା ଅଞ୍ଚଳର ରାମ କିଶାନ ଛିରା ଓ ତାଙ୍କ ସ୍ତ୍ରୀ କଳ୍ପନା ଓରଫ୍‌ ପାର୍ବତୀ ଛିରା ଏବଂ ଜବଲପୁର ଜିଲ୍ଲା ଗଡ଼ ଅଞ୍ଚଳର ଆକାଶ ସାହୁ। ସେମାନଙ୍କ ପାଖରୁ ପୁଲିସ ୫.୫ କେଜି ଗଞ୍ଜେଇ ସାଙ୍ଗକୁ ୩ ମୋବାଇଲ୍‌ ଓ ନଗଦ ୩୪୫୦ ଟଙ୍କା ଜବତ କରିଛି। ୩ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ସେମାନେ ସୋନପୁରରୁ ଏହି ଗଞ୍ଜେଇ ଧରି ଜବଲପୁର ଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe