୯୦ କେଜି ଗଞ୍ଜେଇ ଜବତ; ୩ ଗିରଫ, ଜଣେ ‌ଫେରାର

Advertisment

ଦେଶୀ ବନ୍ଧୁକ, ୨ କାର୍‌, ଗୋଟିଏ ବୁଲେଟ୍‌ ଜବତ

ଦେଶୀ ବନ୍ଧୁକ, ୨ କାର୍‌, ଗୋଟିଏ ବୁଲେଟ୍‌ ଜବତ

୯୦ କେଜି ଗଞ୍ଜେଇ ଜବତ; ୩ ଗିରଫ, ଜଣେ ‌ଫେରାର

ବୌଦ୍ଧ : ବୌଦ୍ଧ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ସହ ଦେଶୀ ବନ୍ଧୁକ, ୨ଟି କାର୍‌ ଓ ଗୋଟିଏ ବୁଲେଟ୍‌କୁ ଜବତ କରିଛି। ଏହି ମାମଲରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ତେବେ ଜଣେ କୌଶଳ କ୍ରମେ ଫେରାର୍‌ ହୋଇଯାଇଥିବା ଜଣାଯାଇଛି।

ପୁଲିସ ସୂଚନା ଅନୁସାରେ, ଏକ ସ୍ବିଫ୍ଟ ଡିଜାୟାର କାର୍‌ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୁଲିସ ନିକଟକୁ ଖବର ଆସିଥିଲା। ଖଜୁରିପଡ଼ାରୁ ଜହ୍ନାପଙ୍କ ରାସ୍ତା ଦେଇ ସୋନପୁର ଯାଉଥିବା ସୂଚନା ଥିଲା। ଏସ୍‌ଆଇ ରାମ ସୁବ୍ରମଣ୍ୟମ ପ୍ରଧାନ ସଦଳବଳ ରଙ୍ଗମାଟିଆ ଛକରେ ଛକି ରହିଥିଲେ। ଖଲିଆପାଲି ପଟରୁ ଉକ୍ତ କାର (ଓଆର୍‌-୦୨-ବିଏ-୮୩୦୯) ସହ ପଛରେ ଏକ ଧୂସର ରଙ୍ଗର ସ୍କୋର୍ପିଓ(ଓଆର-୦୨-ଏଏସ-୪୧୦୦) ଆସିଥିଲା। ଉଭୟ ଗାଡ଼ିକୁ ଏକ ବୁଲେଟ୍‌ (ଓଡି-୩୧-ଜେ-୪୦୧୬)ରେ ଜଣେ ଯୁବକ ଏସକର୍ଟ ଦେଇ ଆସୁଥିଲେ। ଗାଡ଼ିକୁ ଅଟକାଇବା ବେଳେ ସ୍କୋର୍ପିଓର ଚାଳକ ଗାଡ଼ି ରଖି ଫେରାର ହେବାରେ ସକ୍ଷମ ହୋଇଥିଲା। ସ୍କୋର୍ପିଓରେ ଦୁଇଟି ଜରି ବସ୍ତାରେ ଗଞ୍ଜେଇ ସହ ଏକ ଦେଶୀ ବନ୍ଧୁକ ଥିବା ବେଳେ ଡିଜାୟାରରେ ଗୋଟିଏ ଜରି ବସ୍ତାରେ ଗଞ୍ଜେଇ ଥିବା ଦେଖାଯାଇଥିଲା। ସଂଧ୍ୟାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯିବାରେ ପ୍ରତି ବସ୍ତାରୁ ୩୦ କେଜି ଲେଖାଏଁ ମିଶି ମୋଟ୍‌ ୯୦ କେଜି ଗଞ୍ଜେଇ ହୋଇଥିଲା।

ତିନି ଅଭିଯୁକ୍ତ ହେଲେ ବୁଲେଟ ଚାଳକ ବୌଦ୍ଧ ଥାନା ରଙ୍ଗମାଟିଆ ଗାଁର ଟିଟୁ ସେଠୀ(୨୧), ଡିଜାୟାର କାର୍‌ ଚାଳକ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ନିମ୍ନା ଗ୍ରାମର ସନତ ପାଣ୍ଡିଆ(୪୧) ଓ ସ୍କୋର୍ପିଓରେ ଥିବା ବୌଦ୍ଧ ଥାନା କୃଷ୍ଣପାଲିର ମୃତ୍ୟୁଞ୍ଜୟ ପ୍ରଧାନ(୩୮)। ତିନି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଫେରାର ହୋଇଥିବା ଚାଳକର ଠିକଣା ପାଇଥିଲେ ସୁଦ୍ଧା ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ପୁଲିସ ନାମ ପ୍ରକାଶ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe