ରେଳ ଷ୍ଟେସନରୁ ପ୍ରଚୁର ଗଞ୍ଜେଇ ଜବତ: ୩ ଅଟକ

ଦାଦାବଟି ମାଗି ଜଣେ ଗିରଫ

ଶ୍ରମିକଙ୍କୁ ଆକ୍ରମଣ କରି ୨ ଗିରଫ

IndiaFilings

ପୁରୀ : ଗୁରୁବାର ଆର୍‌ପିଏଫ୍ ପୁଲିସ ପୁରୀ ରେଳଷ୍ଟେସନରୁ ପ୍ରଚୁର ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା ସନ୍ଦେହରେ ପୁଲିସ ତିନି ଜଣଙ୍କୁ ଅଟକ ରଖିଛି। ଏ ସଂକ୍ରାନ୍ତରେ ଆର୍‌ପିଏଫ୍‌ ପୁଲିସ ଜିଆର୍‌ପି ଥାନାରେ ଏକ ଲିଖିତ ଅଭିଯୋଗ କରିବାରୁ ଜିଆର୍‌ପି ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ପୁଲିସ ତିନି ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି। ଖବର ନେବାରେ ଜଣାପଡ଼ିଛି ଯେ ଆଜି ତିନି ଜଣ ଯୁବକ ଏହି ୫ଟି ପ୍ୟାକେଟ ଧରି ପୁରୀ ଷ୍ଟେସନରେ ପହଞ୍ଚିବା ପରେ ଆର୍‌ପିଏଫ୍‌ ପୁଲିସ ସନ୍ଦେହରେ ତାଙ୍କୁ ଅଟକାଇ ଏହି ପ୍ୟାକେଟକୁ ଯାଞ୍ଚ କରିବାରେ ଏହା ଗଞ୍ଜେଇ ବୋଲି ଜଣାପଡ଼ିଥିଲା। ତେଣୁ ଆର୍‌ପିଏଫ୍‌ ପୁଲିସ ଏହି ତିନି ଜଣଙ୍କୁ ଅଟକ ରଖି ଜିଆର୍‌ପି ଥାନା ଜିମାରେ ଦେବା ସହିତ ୫ ପ୍ୟାକେଟ ଗଞ୍ଜେଇ ଜିମାରେ ଦେଇଛି। ଏନେଇ ଜଣେ ଆର୍‌ପିଏଫ୍‌ ଅଫିସରଙ୍କ ଅଭିଯୋଗକୁ ଭିତ୍ତି କରି ଜିଆର୍‌ପି ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଦାଦାବଟି ମାଗି ଗିରଫ

ପୁରୀ : ବଳିଆପଣ୍ଡା ଥାନା ଅଞ୍ଚଳରେ ଛୁରି ଦେଖାଇ ପର୍ଯ୍ୟଟକ ଓ ଟୁରିଷ୍ଟ ଗାଡ଼ିକୁ ଅଟକାଇ ଜୀବନର ଭୟ ଦେଖାଇ ଦାଦାବଟି ମାଗୁଥିବା ଅଭିଯୁକ୍ତକୁ ଆଜି ପୁଲିସ ଗିରଫ କରିଛି। ପୁଲିସ ତା ନିକଟରୁ ଗୋଟିଏ ଛୁରି, ମୋବାଇଲ ଫୋନ୍‌, ସ୍କୁଟି ଓ ୨ଶହ ଟଙ୍କା ଜବତ କରିଛି। ଏ ସଂକ୍ରାନ୍ତରେ ପୁଲିସ ୭୩/୨୨ ନମ୍ବରରେ ଏକ ମାମଲା ରୁଜୁ କରି ବାସେଳି ସାହି ଥାନା ଅନ୍ତର୍ଗତ ଦାମୋଦର ରୋଡ୍‌ କ୍ରୀୟାଯୋଗ ଆଶ୍ରମ ଲେନ୍‌ର ଲକ୍ଷ୍ମୀଧର ବାରିକ(୨୩)କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ଲକ୍ଷ୍ମୀଧର ବଳିଆପଣ୍ଡା ଥାନା ଅଞ୍ଚଳରେ ଛୁରି ଦେଖାଇ ଟୁରିଷ୍ଟ ଗାଡ଼ିକୁ ଅଟକାଇବା ସହିତ ପର୍ଯ୍ୟଟକଙ୍କୁ ଦାଦାବଟି ମାଗୁଥିଲା। ଯିଏ ଦାଦାବଟି ନଦେବ ତାଙ୍କୁ ମର୍ଡର କରାଯିବ ବୋଲି ଚେତାବନୀ ଦେଇଥି‌ଲା। ଏହି ଖବର ପାଇ ବଳିଆପଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲକ୍ଷ୍ମୀଧରକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe