ବସ୍‌ ଯାତ୍ରୀ ସାଜି ଗଞ୍ଜେଇ ଚାଲାଣ, ୪ ଗିରଫ

Advertisment
ବସ୍‌ ଯାତ୍ରୀ ସାଜି ଗଞ୍ଜେଇ ଚାଲାଣ, ୪ ଗିରଫ

ନୟାଗଡ଼ : ଭିନ୍ନ ଭିନ୍ନ ୩ଟି ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ନୟାଗଡ଼ ଜିଲ୍ଲା ଅବକାରୀ ପୁଲିସ ମୋବାଇଲ ସ୍କ୍ବାଡ୍‌ ୪ ଜଣଙ୍କୁ ଗିରଫ କରିଛି। ସମୁଦାୟ ୨୫ କେଜି ଗଞ୍ଜେଇ ସମେତ ଗୋଟିଏ ବାଇକ୍‌ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ଫୁଲବାଣୀ ଗୁଦାରୀର ଚନ୍ଦନ ଦିଗାଲ(୨୫), ଅର୍ଦ୍ଧାଙ୍ଗିନୀ ଦିଗାଲ(୪୫), ବାଲେଶ୍ବର ଭୋଗରାଇର ଅନିଲ କୁମାର ବେହେରା ଓ ସୁଧୀର ନାୟକ। ଗତକାଲି ସନ୍ଧ୍ୟା ସମୟରେ ନୂଆଗାଁର କୃଷ୍ଣପ୍ରସାଦ ନିକଟରୁ ଚନ୍ଦନ ଓ ଅର୍ଦ୍ଧାଙ୍ଗିନୀଙ୍କୁ ଗିରଫ କରାଯାଇଥିଲା। ଏମାନେ ବସ୍‌ ଯାତ୍ରୀ ସାଜି ଗଞ୍ଜେଇ ଚାଲାଣ କରୁଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମୋବାଇଲ ସ୍କ୍ବାଡ୍‌ ବସ୍‌ ଅଟକାଇ ଯାଞ୍ଚ କରିଥିଲା। ଉଭୟଙ୍କ ଜିନିଷପତ୍ର ମଧ୍ୟରୁ ଗଞ୍ଜେଇ ବାହାରିଥିଲା। ଏନେଇ ପୃଥକ ପୃଥକ ଦୁଇଟି ମାମଲା ହୋଇଛି। ଚନ୍ଦନ ନିକଟରୁ ୫ କେଜି, ଅର୍ଦ୍ଧାଙ୍ଗିନୀ ନିକଟରୁ ୭ କେଜି ଗଞ୍ଜେଇ ଜବତ କରାଯାଇଥିବା ଇନ୍ସପେକ୍ଟର ଭକ୍ତବତ୍ସଳ ବର୍ମା ସୂଚନା ଦେଇଛନ୍ତି। ତେବେ ଏଥିରେ ବସ୍‌ କର୍ତ୍ତୃପକ୍ଷଙ୍କର କୌଣସି ସଂପୃକ୍ତି ନଥିବା ଶ୍ରୀ ବର୍ମା କହିଛନ୍ତି।

ସେହିଭଳି ରାଜସୁନାଖଳା ନିକଟରୁ ମଧ୍ୟ ଅବକାରୀ ପୁଲିସ ଗତକାଲି ୨ ଅଭିଯୁକ୍ତ ଅନିଲ ଓ ସୁଧୀରଙ୍କୁ ଗିରଫ କରିଛି। ଏମାନେ ବାଇକ୍‌ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଅବକାରୀ ପୁଲିସ ସେମାନଙ୍କୁ ଧରିଥିଲା। ବାଇକ୍‌ ସମେତ ୧୩ କେଜି ଗଞ୍ଜେଇ ଏହି ଦୁଇ ଅଭିଯୁକ୍ତଙ୍କଠାରୁ ଜବତ ହୋଇଛି। ଅଭିଯୁକ୍ତମ‌ାନେ ଫୁଲବାଣୀରୁ ଗଞ୍ଜେଇ ଆଣି ନୟାଗଡ଼ ଦେଇ ଭୁବନେଶ୍ବର ତଥା ରାଜ୍ୟର ଅନ୍ୟ‌ାନ୍ୟ ସ୍ଥାନକୁ ଚାଲାଣ କରୁଥିବା ଅନେକ ସମୟରେ ଦେଖାଯାଉଛି। ଜିଲ୍ଲା ଅବକାରୀ ଅଧୀକ୍ଷକ କରୁଣାଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଇନ୍ସପେକ୍ଟର ଶ୍ରୀ ବର୍ମା, ଦେବୀପ୍ରସାଦ ପାଣି, କୃଷ୍ଣଚନ୍ଦ୍ର ପରିଡ଼ା, ନୀଳଲୋହିତ ମଲ୍ଲିକ ପ୍ରମୁଖ ଚଢ଼ଉ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe