image source-telegraph india
ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ମାମଲାରେ ରେଳବାଇ ପୁଲିସ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ଜଣେ ବ୍ୟକ୍ତି ଏକ ଗଞ୍ଜେଇ ପ୍ୟାକେଟ୍ ଧରି ଟ୍ରନକୁ ଅପେକ୍ଷା କରିଥିଲେ।
କୌଣସି ସୂତ୍ରରୁ ରେଳବାଇ ପୁଲିସ ସୂଚନା ପାଇ ଉକ୍ତ ଲୋକକୁ ଧରିବା ସହ ତାଙ୍କ ପାଖରୁ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କରିଥିଲା। ସେ ବାହାର ରାଜ୍ୟକୁ ଚାଲାଣ କରିବାକୁ ଯୋଜନା ରଖିଥବା ଜଣାଯାଇଛି। ପେଟିରେ କାଜୁ ଥିବା କହି ଅଭିଯୁକ୍ତ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଥିଲା ।
ସୂଚନାଯୋଗ୍ୟ ଗତକାଲି କୋରାପୁଟ ଜିଲ୍ଲାରୁ ସାଢ଼େ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିଲା। ଏହି ମାମଲାରେ ଜଣେ ମହିଳାଙ୍କ ସହ ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ଫେରାର୍ ହୋଇ ଯାଇଥିବାର ଖବର ମିଳିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କୋରାପୁଟ ଜିଲ୍ଲାର ଲମତାପୁଟରୁ ଜୟପୁରକୁ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁର ସଦଳବଳେ ପାତ୍ରପୁଟ ବ୍ରିଜ୍ ନିକଟରେ ଉକ୍ତ କାକୁ ଅଟକାଇଥିଲେ। ଉକ୍ତ କାରରୁ ୨୨ ପ୍ୟାକେଟ୍ ଗଞ୍ଜେଇ ଜବତ କରିଥିଲେ। ସେହି କାରରେ ଥିବା ତିନିଜଣଙ୍କୁ ଗିରଫ କରାଯାଇଥିଲା।
ଗିରଫ ହୋଇଥିବା ଚାଲାଣକାରୀଙ୍କ ମଧ୍ୟରେ ବିହାରର ଅରବିନ୍ଦ କୁମାର(୨୮), ଆସାମର କାମଲ ସୁନାର(୩୨) ଓ ଶିଳ୍ପୀ ଆଚାରୀ(୩୮) ଅଛନ୍ତି। ତେବେ ଏହି ରାକେଟର ମାଷ୍ଟରମାଇଣ୍ଡ ହାପି ଓରଫ ଖ୍ରିଷ୍ଟିଆନୋ ଏବଂ ସମୀର ଓରଫ ସୁନାଧର ପାଙ୍ଗି ଫେରାର୍ ହେବାରେ ସଫଳ ହୋଇଥିବା କୁହାଯାଇଥିଲେ।
Follow Us