Deccan Chronicle
କଣ୍ଟାମାଳ : ରାଜ୍ୟ ରାଜପଥ-୪୧ର ଲଣ୍ଡାବାହାଲ ଛକ ନିକଟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ଚଢ଼ଉ କରି ଗଞ୍ଜେଇ ସହ ଏକ ବାଇକ୍କୁ ଜବତ କରିଛି। ମସିଣାଗୋରା ଗାଁର ଗଞ୍ଜେଇ ଚାଲାଣକାରୀ ଜ୍ଞାନ ରଞ୍ଜନ ସାହୁଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ବାଇକ୍ (ଓଡି ୩୧ବି ୮୩୨୫)କୁ ସନ୍ଦେହରେ ଅଟକାଇଥିଲା। ଯାଞ୍ଚ କରିବାରୁ ବସ୍ତାରେ ୨୦ କେଜି ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହି ଚଢ଼ଉରେ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ, ଏଏସ୍ଆଇ ରେଣୁପ୍ରିୟା ଭୋଇ, ସଞ୍ଜୟ ସେଠୀ, ଆନନ୍ଦ ଚନ୍ଦ୍ର ମେହେର ପ୍ରମୁଖ ସାମିଲ ଥିଲେ।
କାମରକୁଡ଼ା ଜଙ୍ଗଲରୁ ସାଢ଼େ ପାଞ୍ଚ କୁଇଣ୍ଟାଲ ଗଞ୍ଜେଇ ଜବତ
ବୌଦ୍ଧ : ଚୋରା ଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ବିପୁଳ ପରିମାଣରେ ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇ ବୌଦ୍ଧ ପୁଲିସ ଚଢ଼ଉ କରିଛି। ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି କାମରକୁଡ଼ା ଜଙ୍ଗଲରୁ ସାଢ଼େ ପାଞ୍ଚ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ପୁଲିସ ଚଢ଼ଉ ବେଳେ କାମରକୁଡ଼ା ଗ୍ରାମର ମହେଶ୍ବର ମଲ୍ଲିକ(୪୬) ଫେରାର ହୋଇଯାଇଥିଲା। ୧୧ଟି ବସ୍ତାରେ ଥିବା ଗଞ୍ଜେଇ ଜବତ କରି ଓଜନ କରାଯିବାରୁ ୫ କୁଇଣ୍ଟାଲ ୫୦ କିଲୋଗ୍ରାମ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଫେରାର ଅଭିଯୁକ୍ତକୁ ଖୋଜୁଥିବା ଜଣାଯାଇଛି।
ଗଞ୍ଜେଇ ଜବତ, ୩ ଗିରଫ
କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ୍ କେସିଙ୍ଗା ନିକଟ କୁର୍ଲୁପଡ଼ାରୁ ୯ କେଜି ୯ଶହ ଗ୍ରାମ୍ ଗଞ୍ଜେଇ ଜବତ କରିବା ସହ କର୍ଣ୍ଣାଟକ ରାଜ୍ୟର ଦୁଇ ଜଣ ଓ କୁର୍ଲୁପଡ଼ାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଆକବର ପାସା ( ୩୮), ଦସ ତାହାଙ୍ଗିର (୩୭) ଓ ଈଶ୍ୱର ତାଣ୍ଡି (୨୮)। ଅଭିଯୁକ୍ତମାନେ କେସିଙ୍ଗା ନିକଟ କୁର୍ଲୁପଡ଼ାରୁ ଗଞ୍ଜେଇ ନେଇ କର୍ଣ୍ଣାଟକକୁ ରେଳ ଯୋଗେ ଯିବା ପାଇଁ ବାହାରୁଥିଲେ। ଏହି ସମୟରେ ପୁଲିସ୍ ସେମାନଙ୍କୁ କାବୁ କରିଥିଲା।
Follow Us