ନୟାଗଡ଼ରୁ ଏକ ଟନ୍‌ରୁ ଅଧିକ ଗଞ୍ଜେଇ ଜବତ: ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ୮୧ ଲକ୍ଷ ଟଙ୍କା

Advertisment

ଉପରେ କାଠ ତଳେ ଗଞ୍ଜେଇ ରଖି ଟ୍ରକ୍‌ରେ ନେଉଥିଲେ, ଡ୍ରାଇଭର୍‌ ଗିରଫ, ଟ୍ରକ୍ ଜବତ

ଉପରେ କାଠ ତଳେ ଗଞ୍ଜେଇ ରଖି ଟ୍ରକ୍‌ରେ ନେଉଥିଲେ, ଡ୍ରାଇଭର୍‌ ଗିରଫ, ଟ୍ରକ୍ ଜବତ

ନୟାଗଡ଼ରୁ ଏକ ଟନ୍‌ରୁ ଅଧିକ ଗଞ୍ଜେଇ ଜବତ: ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ୮୧ ଲକ୍ଷ ଟଙ୍କା

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ‌ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ରାଜପଥ ରଙ୍ଗମାଟିଆ ଗ୍ରାମ ନିକଟରୁ ଏକ ଗଞ୍ଜେଇ ଭର୍ତ୍ତି ଟ୍ରକ୍‌କୁ କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ) ଭୁବନେଶ୍ବର ଜବତ କରିଛି। ଏହି ଟ୍ରକ୍‌ରେ ୧ ଟନ୍‌ରୁ ଅଧିକ ଗଞ୍ଜେଇ ରହିଥିଲା ଏବଂ ଏହାର ମୂଲ୍ୟ ୧ କୋଟି ୮୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏତେ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।

ଏହି ଟ୍ରକ୍‌ର ଡ୍ରାଇଭର ରାୟଗଡ଼ା ଜିଲ୍ଲାର ସାଗରଜଳପୁଟ ଗାଁରୁ ଗଞ୍ଜେଇ ଆଣି ଆସିଥିବା ଡିଆରଆଇର ଜଣେ କର୍ମଚାରୀଙ୍କ ନିକଟରୁ ଜଣା ପଡ଼ିଥିଲେ ହେଁ ଏହି ଗଞ୍ଜେଇ କେଉଁଠିକୁ ଯାଉଥିଲା, ସେ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଗଞ୍ଜେଇ ମାଫିଆମାନେ ଉକ୍ତ ଟ୍ରକ୍‌ ଡାଲାରେ ଅତ୍ୟନ୍ତ ଚତୁରତାର ସହ ପ୍ରଥମେ ୩୯ ବସ୍ତା ଗଞ୍ଜେଇ ରଖି ଏହା ଉପରେ କାଠ ଲଦି ଦେଇଥିଲେ। ଯେଭଳି ଗଞ୍ଜେଇ ଗନ୍ଧ ନ ଆସିବ, ସଭିଏଁ ଭାବିବେ ଏକ କାଠ ବୋଝେଇ ଟ୍ରକ୍‌ ଯାଉଛି, ସେଥିପାଇଁ ଏହ‌ି ଗଞ୍ଜେଇରେ ଏକ ସ୍ବତନ୍ତ୍ର ସ୍ପ୍ରେ ପ୍ରୟୋଗ କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଗଞ୍ଜେଇ ଭର୍ତ୍ତି ଟ୍ରକ୍‌କୁ ଜବତ କରାଯିବା ପରେ ଆଜି ସକାଳେ ନୟାଗଡ଼ ଜିଲ୍ଲା ରିଜର୍ଭ ପୁଲିସ ପଡ଼ିଆରେ ଏହି ବେଆଇନ ଗଞ୍ଜେଇ ସହ ଟ୍ରକ୍‌ (ଓଆର୍‌ ୧୧ ଇ ୮୧୯୯)କୁ ଅଣାଯାଇଥିଲା। ଜବତ୍‌ ଗଞ୍ଜେଇର ପରିମାଣ ୧୨୦୬ କେଜି ଏବଂ ମୂଲ୍ୟ ପ୍ରାୟ ୧ କୋଟି ୮୧ ଲକ୍ଷ ଟଙ୍କା ଏବଂ ଜବତ କାଠର ମୂଲ୍ୟ ୫୧ ହଜାର ଟଙ୍କା ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି। ଗିରଫ ଟ୍ରକ୍‌ ଚାଳକ ଖୋର୍ଦ୍ଧା ଜିଲ୍ଲା ଓଳାସିଙ୍ଗି ଅଞ୍ଚଳର ସମୀର ପ୍ରଧାନ ବୋଲି ଜଣାଯାଇଛି।

ଏ ନେଇ ସବିଶେଷ ତଥ୍ୟ ମୁଖ୍ୟ କାର୍ଯ୍ୟାଳୟ ହାଇଦ୍ରାବାଦରୁ ପ୍ରେସ୍ ରିଲିଜ୍ ଜରିଆରେ ଡିଆର୍‌ଆଇ କର୍ତ୍ତୃପକ୍ଷ ପ୍ରଦାନ କରିବା ପରେ ସମସ୍ତ ଘଟଣା ସ୍ପଷ୍ଟ ହୋଇଛି ତେବେ ଡିଆର୍‌ଆଇ କର୍ତ୍ତୃପକ୍ଷ ଦୀର୍ଘଦିନ ହେବ ଏହି ଚୋରା ଗଞ୍ଜେଇ କାରବାର ଉପରେ ନଜର ରଖିଥିଲେ। ଗଞ୍ଜେଇ ଜବତ ନେଇ ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିବା ଭାରପ୍ରାପ୍ତ ଏସ୍‌ପି ଦିଲୀପ କୁମାର ସାହାଣୀ ଓ ଡିଆର୍‌ଆଇ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe