ଡାଲା ଗାଡ଼ିରୁ ୪୦୫ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଡାଲା ଗାଡ଼ିରୁ ୪୦୫ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ବୌଦ୍ଧ : ଦୁଇ ଜଣ ଯୁବକ ଏକ ଡାଲା ଗାଡ଼ିରେ ଗଞ୍ଜେଇ ନେଇ ବଢ଼ିଗାଁରୁ ମୁର୍ଷୁଣ୍ଡି ପଟକୁ ଯାଉଥିବା ପୁଲିସକୁ ସୂଚନା ମିଳିଥିଲା। ଏସ୍‌ଆଇ ତପନ ସ୍ବାଇଁଙ୍କ ନେତୃତ୍ବର ଏକ ସ୍ବତନ୍ତ୍ର ଦଳ ଡାଙ୍ଗପଡ଼ା ଗ୍ରାମ ନିକଟରେ ଛକି ରହିଥିଲେ। ସାମ୍ନାରୁ ଦ୍ରୁତଗତିରେ ଆସୁଥିବା ଗାଡ଼ି (ଓଡି୧୭ଭି-୬୪୩୦)କୁ ଅଟକାଇବାରୁ ଗାଡ଼ି ଚାଳକ କିଛି ଦୂରରେ ଗାଡ଼ି ରଖି ଫେରାର ହୋଇଯାଇଥିଲା। ସାଙ୍ଗରେ ଥିବା ହେଲ୍‌ପର ମନମୁଣ୍ଡା ଥାନା ତିଲିପଙ୍ଗା ଗ୍ରାମର କୁମର ରଣା(୨୧)କୁ ପୁଲିସ କାବୁ କରିଥିଲା। ପଚରାଉଚୁରା କରିବାରେ ଚାଳକ ନାମ ବଣିଜ ରଣା(୩୧) ବୋଲି କହିଥିଲା।

ସେମାନେ ତିଲିପଙ୍ଗା ଗ୍ରାମର ଅଙ୍ଗଦ ରଣା ଓ ବାବୁଲା ରଣାଙ୍କ ପାଇଁ କାମ କରୁଛନ୍ତି। ୧୦ ହଜାର ଟଙ୍କା ପାରିଶ୍ରମିକ ପାଇଁ କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରକୁ ଗଞ୍ଜେଇ ନେଉଥିବା କହିଥିଲା। ଗାଡ଼ି ଡାଲାରେ ଥିବା ୯ଟି ବସ୍ତାରୁ ପୁଲିସ ୪୦୫ କିଲୋ ଗଞ୍ଜେଇ ଜବତ କରିଛି। ବୌଦ୍ଧ ଆଦର୍ଶ ଥାନା ପୁଲିସ ୪ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଧରା ପଡ଼ିଥିବା ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe