ଗଞ୍ଜେଇ ଜବତ, ଜଣେ ଗିରଫ

Advertisment
ଟ୍ରାଫିକ୍‌ କର୍ମଚାରୀଙ୍କୁ ମାଡ଼ ମାରି ୨ ଗିରଫ

new indian express

ସୋନପୁର : ସୋନପୁର ପୁଲିସ ୨ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ପଶ୍ଚିମବଙ୍ଗର ବିରେଶ୍ବରପୁର ସାଉଥ-୨୪ ଥାନା ଅନ୍ତର୍ଗତ ରଘୁନାଥପୁରର ପ୍ରସନଜିତ ହଲଦର(୨୪) ସୋନପୁର ମନମୁଣ୍ଡା ରାସ୍ତାର କୁଞ୍ଜ ଛକ ନିକଟରେ ଏକ ବ୍ୟାଗରେ ଗଞ୍ଜେଇ ଧରି ବସକୁ ଅପେକ୍ଷା କରିଥିବାବେଳେ ପୁଲିସ ଚଢ଼ଉ କରି ତାକୁ ଧରିଥିଲା। ଯାଞ୍ଚ ସମୟରେ ପ୍ରସନଜିତଠାରୁ ୨ କେଜି ୭୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା। ଏହି ଘଟଣାରେ ସୋନପୁର ପୁଲିସ ପ୍ରସନଜିତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାର ତଦନ୍ତ ଏସ୍‌ଆଇ ଅଭିମନ୍ୟୁ ସେଠୀ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe