ଜୟପୁରରୁ ସାଢ଼େ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ମହିଳାଙ୍କ ସହ ଦୁଇ ଅଭିଯୁକ୍ତ ଗିରଫ

Advertisment
ଜୟପୁରରୁ ସାଢ଼େ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ମହିଳାଙ୍କ ସହ ଦୁଇ ଅଭିଯୁକ୍ତ ଗିରଫ

ଜୟପୁର: କୋରାପୁଟ ଜିଲ୍ଲାରୁ ସାଢ଼େ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଜଣାଯାଇଛି। ଏହି ମାମଲାରେ ଜଣେ ମହିଳାଙ୍କ ସହ ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ଫେରାର୍ ହୋଇ ଯାଇଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କୋରାପୁଟ ଜିଲ୍ଲାର ଲମତାପୁଟରୁ ଜୟପୁରକୁ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁର ସଦଳବଳେ ପାତ୍ରପୁଟ ବ୍ରିଜ୍ ନିକଟରେ ଉକ୍ତ କାକୁ ଅଟକାଇଥିଲେ। ଉକ୍ତ କାରରୁ ୨୨ ପ୍ୟାକେଟ୍ ଗଞ୍ଜେଇ ଜବତ କରିଥିଲେ। ସେହି କାରରେ ଥିବା ତିନିଜଣଙ୍କୁ ଗିରଫ କରାଯାଇଥିଲା।

ଗିରଫ ହୋଇଥିବା ଚାଲାଣକାରୀଙ୍କ ମଧ୍ୟରେ ବିହାରର ଅରବିନ୍ଦ କୁମାର(୨୮), ଆସାମର କାମଲ ସୁନାର(୩୨) ଓ ଶିଳ୍ପୀ ଆଚାରୀ(୩୮) ଅଛନ୍ତି। ତେବେ ଏହି ରାକେଟର ମାଷ୍ଟରମାଇଣ୍ଡ ହାପି ଓରଫ ଖ୍ରିଷ୍ଟିଆନୋ ଏବଂ ସମୀର ଓରଫ ସୁନାଧର ପାଙ୍ଗି ଫେରାର୍ ହେବାରେ ସଫଳ ହୋଇଥିବା କୁହାଯାଉଛି। ଏହି ଚଢଉରେ ଜୟପୁର ସଦର ଥାନାଧିକାରି ଆଦିତ୍ୟ ମହାକୁରଙ୍କ ବ୍ୟତୀତ ଏସ୍ ଆଇ ଏନ କେ ଟପ୍ପୋ ଓ ଏ ଏସ୍ ଆଇ ଏସ କେ ସାମଲ ପ୍ରମୁଖ ସାମିଲ ଥିଲେ ।


ସୂଚନାଯୋଗ୍ୟ, କିଛି ଦିନ ତଳେ କୋରାପୁଟ ଜିଲ୍ଲା ନନ୍ଦପୁର ପିତାଗୁଡ଼ାରେ ଟ୍ରାକ୍ଟରରେ ପାଣି ଟ୍ୟାଙ୍କର ଲଗାଇ ଭିତରେ ଗଞ୍ଜେଇ ଚାଲାଣ କରାଯାଉଥିବାର ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ଚଢାଉ କରିଥିଲା। ଉକ୍ତ ଟ୍ୟାଙ୍କର ଭିତରୁ ମୋଟ ୮ କ୍ୱିଣ୍ଟାଲ୍ ୫୫ କିଲୋଗ୍ରାମ ୫୦୦ ଗ୍ରାମ୍ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ଏହି ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଥିଲା। ୱାଟର ଟ୍ୟାଙ୍କର୍ ସହିତ ଉକ୍ତ ଟ୍ରାକ୍ଟରକୁ ଜବତ କରାଯାଇଥିଲା। ଏହି ଗଞ୍ଜେଇ ଚାଲାଣ ଉତ୍ତର ପ୍ରଦେଶର ମଥୁରାକୁ କରାଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe