Advertisment

କାର୍‌ ସହ ଗଞ୍ଜେଇ ଜବତ, ୨ ଗିରଫ

Advertisment
କାର୍‌ ସହ ଗଞ୍ଜେଇ ଜବତ, ୨ ଗିରଫ

ବାଉଁଶୁଣି : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ପୁଲିସ ବୁଧବାର ଗଞ୍ଜେଇ ସହ କାର୍‌କୁ ଜବତ କରିଛି। ଏଥି ସହ ଏଥିରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

publive-image

ପୁଲିସ ସୂଚନା ଅନୁସାରେ, ଶଗଡ଼ା ଅଞ୍ଚଳରୁ ଗୁନ୍ଦୁଳିଆ -ବାଉଁଶୁଣି ରାସ୍ତା ଦେଇ ଏକ କାର୍‌ (ଓଆର୍‌-୦୨-ଆର୍‌-୭୦୭୦)ରେ ଗଞ୍ଜେଇ ଚାଲାଣ ହେଉଥିବାର ବାଉଁଶୁଣି ପୁଲିସକୁ ସୂଚନା ମିଳିଥିଲା। ଏହି ଆଧାରରେ ବାଉଁଶୁଣି ଥାନା ପୁଲିସ ଟାଲୁପାଲି ନିକଟରେ ଚଢ଼ଉ କରି ଉକ୍ତ କାର୍‌କୁ ଜବତ କରିବା ସହ ଏଥିରେ ଥିବା ଗଞ୍ଜେଇ ଜବତ କରିଥିଲା। ଚାଲାଣକାରୀ ମୁନ୍ନା ସିଂ (୪୫) ଓ ପବନ ପ୍ରଧାନ (୫୪)ଙ୍କୁ ଗିରଫ କରିଥିଲା। ଉଭୟ କଟକ ଜିଲ୍ଲା ଚାଉଳିଆଗଞ୍ଜର ବୋଲି ଜଣାଯାଇଛି। ତେବେ ଏକ ବାଇକକୁ ମଧ୍ୟ ଏହି ରାସ୍ତାରେ ପୁଲିସ ଗୋଡ଼ାଇ ଥିବାର କେତେକ ଲୋକ ଦେଖିଛନ୍ତି। ବାଇକ ଆରୋହୀ ପାଇଲଟିଂ କରୁଥିବା ସାଧାରଣରେ ଆଲୋଚନା ହେଉଛି। କିନ୍ତୁ ଏ ବିଷୟରେ ପୁଲିସ କିଛି କହି ନାହିଁ। ଜବତ ଗଞ୍ଜେଇର ପରିମାଣ ୩୬ କେଜି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଏନେଇ ଥାନା କେସ୍‌ ନଂ ୧୦୮/୨୧ ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe