ଜଳେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ: ବାପପୁଅ ଗିରଫ

Advertisment
ଜଳେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ: ବାପପୁଅ ଗିରଫ

ଜଳେଶ୍ୱର: ବାଲେଶ୍ବର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଜମାଲପୁର ଗାଁରୁ ଓଡ଼ିଶା ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଜମାଲପୁର ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ୧୦୦ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

publive-imageଏହି ମାମଲାରେ ଜମାଲପୁର ଗାଁର ଦୁଇଜଣଙ୍କୁ ଗିରଫ କରାଯାଇଛି। ସେମାନେ ସଂପର୍କରେ ବାପପୁଅ ବୋଲି ଜଣାଯାଇଛି। ବାଲେଶ୍ୱର ଅବକାରୀ ସ୍ପେଶାଲ ସ୍ୱାଡ ଓ ଜଳେଶ୍ୱର ଅବକାରୀ ମିଳିତ ଭାବରେ ଜଳେଶ୍ୱର ୬୦ନ ଜମାଲପୁର ବାଇପାସ ଅଞ୍ଚଳରେ ଚଢ଼ାଉ କରି ଏକ ଗୁହାଳ ଘରୁ ଦୁଇ ବସ୍ତା ଗଞ୍ଜେଇ ସହିତ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସେକ କମାଲ ଓ ତାଙ୍କ ପୁଅ ସେକ ତାଜୁଦିନ।

ବ୍ରାଉନସୁଗାର ପରେ ଜଳେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe